Home Breaking News / ତାଜା ଖବର ଗ୍ରାମାଞ୍ଚଳରେ ଶତ ପ୍ରତିଶତ, କରୋନାଟିକା ପ୍ରଦାନରେ କନ୍ଧମାଳ ଆଗରେ

ଗ୍ରାମାଞ୍ଚଳରେ ଶତ ପ୍ରତିଶତ, କରୋନାଟିକା ପ୍ରଦାନରେ କନ୍ଧମାଳ ଆଗରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨୩/୧୦(ସୁନୀଲପଟନାୟକ): ଚଳିତବର୍ଷ ଜାନୁୟାରୀ ୧୬ ତାରିଖରୁ ରାଜ୍ୟରେ କରୋନାଟିକା ଆରମ୍ଭ 6ହାଇଛି । ଜିଲ୍ଲାର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମଧ୍ୟ କରୋନାଟିକା ପ୍ରଦାନ କରାଯାଉଛି । ହେଲେ ଆଦିବାସୀ ଅଧୁର୍ଷିତ ତଥା ପଛୁଆ ଅନୁନ୍ନତ କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳ ଲୋକେ ଏତଟା ଶିକ୍ଷିତ କି ସଚେତନମଧ୍ଯ ନାହାନ୍ତି । ହେଲେ ବର୍ତ୍ତମାନ ସୁଧା ଗ୍ରାମାଞ୍ଚଳରେ ଶତ ପ୍ରତିଶତ କରୋ ନାଟିକା ପ୍ରଦାନରେ ରାଜ୍ୟରେ କନ୍ଧମାଳ ଏକ ନମ୍ବରରେ ରହିଛି । ଜିଲ୍ଲାର ୪୨୧ଟି ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଡାକ୍ତର, ଅଙ୍ଗନବାଡି କର୍ମୀ, ଆଶାକର୍ମୀମାନଙ୍କ ନିଷ୍ଠା,ଆନ୍ତରିକତା ଯୋଗୁ ଶତପ୍ରତିଶତ ଲୋକମାଙ୍କୁ ଚିହ୍ନଟ କରି ଟିକା ପ୍ରଦାନ କରାଯାଇଛି ।
ଜିଲ୍ଲାପାଳ ଡାବୃନ୍ଦାଡି. ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ, କରୋନାଟିକାକରଣ ଦାୟୀତ୍ଵରେ ଥିବା ସ୍ୱାସ୍ଥ୍ୟ ବିଭାଗ ସଂଯୋଜକ ଆଶିଷ ମହାନ୍ତିଙ୍କ ନିଷ୍ଠାପର ଉଦ୍ୟମ,କାର୍ଯ୍ୟଦକ୍ଷତା ଓ ବିଶେଷକରି ଆଗ୍ରହ ଯୋଗୁ ଗ୍ରାମାଞ୍ଚଳର ଲୋକମାନଙ୍କୁ କରୋନା ଟିକା ସଂପର୍କରେ ପ୍ରଥମେ ସଂପୂର୍ଣ୍ଣ ସଚେତନ କରାଯାଇ ଥିଲା ଓ ପରେ ସେମାନେ ଆଗ୍ରହ ପ୍ରକାଶ କରି ଟିକାକରଣ କେନ୍ଦ୍ରକୁ ଆସିଥିଲେ । ଯଦ୍ଵାରା କନ୍ଧମାଳ ଜିଲ୍ଲା ଗ୍ରାମାଞ୍ଚଳ ଲୋକଙ୍କୁଟିକାକରଣ ରେ ସଫଳ ହୋଇପାରିଥିଲା । ସେହିପରି ଜିଲ୍ଲାର ୩ଟି ବ୍ଳକ ଜି.ଉଦୟଗିରି, ଟିକାବାଲି, ରାଇକିଆବ୍ଲ୍କ ମଧ୍ଯ କରେ। ନାଟିକାକରଣ ରେ ଶତପ୍ରତିଶତ ସଫଳତାରେ ସାମିଲ ହୋଇଛି । ସେହିପରି ଜିଲ୍ଲାରେ ଥିବା ସମୁଦାୟ ଗ୍ରାମ୍ ର ୧୬ ପ୍ରତିଶତ ଗ୍ରାମରେ ଶତ ପ୍ରତିଶତ ଟିକାକରଣ ସରିଛି । ଅନ୍ୟ ଗ୍ରାମଗୁଡିକରେ ମଧ୍ଯ ଶତପ୍ରତିଶତ ଟିକାକରଣ କରିବାଲାଗି ବୀୟୀତ୍ଵରେ ଥିବା ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଆଶାକର୍ମୀ ମାନେ ଉଦ୍ୟମ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ରାଜଶ୍ରୀ ପଟନାୟକ ସୂଚନା ଦେଇଛନ୍ତି ।
ସେହିପରି ପ୍ରଥମ ଡୋଜ ଟିକା ପ୍ରଦାନରେ ଟିକା ବାଲି୧୨୩ ପ୍ରତିଶତ, ସବ ଡିଭିଜନାଲ ବାଲିଗୁଡ଼ା ଡାକ୍ତରଖାନାରେ ୧୩୭ ପ୍ରତିଶତ, ରାଇକିଆ ୧୦୪ ପ୍ରତିଶତ, ଜିଉଦୟଗିରି ୧୦୬ପ୍ରତିଶତ, ଫୁଲବାଣୀ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ସର୍ବାଧିକ୧୪୬ପ୍ରତିଶତ ଟିକାକରଣ ହୋଇଥିବା ବେଳେ ତୁମୁଡିବନ୍ଧ ୬୫ ପ୍ରତିଶତ, ଫିରିଙ୍ଗିଆ ୬୯ ପ୍ରତିଶତ, କୋଟଗଡ୬୬ ପ୍ରତିଶତ, ଖଜୁରିପଡ଼ା ୭୫ ପ୍ରତିଶତ, କନୂଆଗ ।୫୯ ପ୍ରତିଶତ, ଗୁମା ଗଡ୭୫ ପ୍ରତିଶତ, ପ୍ରତିଶତ, ଚକାପାଦ ୯୨ପ୍ରତିଶତ ଓ ବାରଖମା ୭୭ ପ୍ରତିଶତ ହୋଇ ଥିବା ବେଳେ ଦାରିଙ୍ଗବାଡି ସବୁଠୁ କମ୫୨ ପ୍ରତିଶତ ଟିକାକରଣ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି।

related posts

Leave a Comment