Home Breaking News / ତାଜା ଖବର କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ଛୁଟିରେ ଥିବା ସୈନିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ

କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ଛୁଟିରେ ଥିବା ସୈନିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛୁଟିରେ ଥିବା ସୈନିକଙ୍କ ପ୍ରତି ହେଉଥିବା ଆକ୍ରମଣ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ଘୋଷଣା କରିଛି । ଯଦି ଛୁଟିରେ ଯାଇଥିବା କୌଣସି ସୈନିକଙ୍କ ଉପରେ ଆକ୍ରମଣ ହେଉଛି ଏବଂ ଆକ୍ରମଣ ଦ୍ୱାରା ସୈନିକଙ୍କ ମୃତ୍ୟୁ ହେଉଛି ତେବେ ଏହାକୁ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କରିଛନ୍ତି ବୋଲି ଘୋଷଣା କରାଯିବ ।

ତେବେ ଏହି ନିର୍ଦ୍ଦେଶକୁ ତିନି ସେନା ପାଇଁ ଲାଗୁ କରିଦିଆଯାଇଛି । ବର୍ତ୍ତମାନ କୌଣସି ସମସ୍ୟା ଉପରେ ଜାରି କରାଯାଇଥିବା ନିର୍ଦ୍ଦେଶରେ ଆଲୋଚନା କରାଯାଇନାହିଁ । ଯଦି କୌଣସି ସୈନିକ ଛୁଟିରେ ନିଜ ଘରକୁ କିମ୍ବା ଅନ୍ୟ କେଉଁଆଡେ ଯାଇଥିବା ସମୟରେ ଚରମପନ୍ଥି ବା ଅସାମାଜିକ ବ୍ୟକ୍ତିମାନଙ୍କ ଆକ୍ରମଣରେ ଶୀକାର ହୋଇ ମୃତ୍ୟୁବରଣ କରନ୍ତି ତେବେ ଏହାକୁ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ହୋଇଛି ବୋଲି ଘୋଷଣା କରାଯିବ ।

related posts

Leave a Comment