ରାୟଗଡ-୨୨/୧୦-(ଧନେଶ୍ବର ରାଉତ)-ସ୍ୱାଧୀନତାର ପଚସ୍ତରୀ ବର୍ଷ ବିତି ଯାଇଛି। ସ୍ୱାଧୀନତାର ସ୍ୱାଧୀନ ନାଗରିକ ମାନେ ଆଧୁନିକ ଯୁଗରେ ଚନ୍ଦ୍ର ପୃଷ୍ଠରେ ଜାଗା କିଣି ଘର କରିବାକୁ ଅଗ୍ରସର ହେଉଛନ୍ତି କିନ୍ତୁ କେତେକ ଗ୍ରାମ ଏବେବି ମୌଳିକ ସମସ୍ୟା ରୁ ମୁକୁଳି ନାହାନ୍ତି। ପାନୀୟ ଜଳ ସମସ୍ୟା ସାଙ୍ଗକୁ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ନାହିଁ ନଥିବା ସମସ୍ୟା ଭୋଗିବାଜୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ। ଏପରିକି ଗ୍ରାମରେ ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସ ବାସ କରୁଥିଲେହେଁ ଆବାସ ଯୋଜନାରେ ଦୀର୍ଘ ପନ୍ଦର ବର୍ଷ ହେଲାଣି କାହାକୁ ଯୋଜନାରେ ସାମିଲ କରାଯାଇନାହିଁ। ଏହି ଭଳି ମୌଳିକ ସମସ୍ୟାରେ ଝୁଝୁଛନ୍ତି ରାୟଗଡ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ହଲୁଆ ପଞ୍ଚାୟତର ଟିକରପଡା ଗ୍ରାମବାସୀ। ସଦର ମହକୁମାର ମାତ୍ର ଦୁଇ କିମି ଅଟେ । ଏହି ଗ୍ରାମ ୧୫୦ ଘର ଆଦିବାସୀ ଓ ହରିଜନ ମିଳି ମିଶି ରୁହନ୍ତି। ଏଠାକାର ଜନସଂଖ୍ୟା ପ୍ରାୟ ୮ ଶହ ହେବ। ଜିଲ୍ଲା ଓ ପଞ୍ଚାୟତ ସଦର ମହକୁମା ଠାରୁ ମାତ୍ର ଦୁଇ କିମି ହେବ।ଏତେ ନିକଟରେ ରହି ସୁଦ୍ଧା ପ୍ରଶାସନର ଦୃଷ୍ଟି ପଡୁନାହିଁ । ପାନୀୟ ଜଳର ଉତ୍କଟ ସମସ୍ୟା ରହିଛି ପାଣି ପାଇଁ ନଦୀଜଳ ଏକ ମାତ୍ର ସହାରା ପାଲଟିଛି। ଗ୍ରାମରେ ତିନୋଟି ନଳକୂପ ରହିଛି ଯାହା କି ପାଣି ବାହାରୁ ନାହିଁ। ବର୍ଷା ଚାରିମାସ ଜେନ ତେନ ପ୍ରକାରେଣ ମିଳୁଛି ଅନ୍ୟ ୮ ମାସ ବହୁ କଷ୍ଟ ହେଉଛି ବୋଲି ଗ୍ରାମର ମଙ୍ଗୁଲୁ ମିନିୟକା, ବରଜ ମିନିୟକା କହିଛନ୍ତି । ଗତ କିଛି ଦିନ ହେଲା ଏକ ନଳ କୂପ ଖୋଳି ଟାଙ୍କି ଦ୍ୱାରା ପାନୀୟ ଜଳ ଯୋଗାଣ କରିବା ପାଇଁ କିନ୍ତୁ ତାହା ଅକାମି ହେଇଗଲା ସେଠାରେ ପାଣି ପଡୁନାହିଁ ତାହା ଏକ ପାହାଡ଼ ମୁଣ୍ଡିଆ ନିକଟରେ ହେଇଛି। ଗ୍ରାମବାସୀ ବାରଣ କରିବା ସତ୍ତ୍ୱେ ସେଠାରେ ଖୋଲିବାରୁ ଏପରି ହେଲା ତାହା ଯଦି ନଦୀ ପଟକୁ ଖୋଳା ହେଇଥିଲେ ଏ ସମସ୍ୟା ହେଇନଥାନ୍ତା ବୋଲି ସିଙ୍ଗାରି ମିନିୟକା, ମାଲନା ମିନିୟକା କହିଛନ୍ତି। ସେହିଭଳି ଗ୍ରାମର ଡ୍ରେନେଜ ବ୍ୟବସ୍ଥା ଅତି କଦର୍ଯ୍ୟ ଡ୍ରେନରେ ପାଣି ନ ଯାଇ ରାସ୍ତାରେ ଚାଲିବା ଦ୍ୱାରା ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଛି। ଏହି ସମସ୍ୟା ଯୋଗୁଁ ମଶା ଙ୍କ ଉପଦ୍ରବ ବଢିଛି ଓ ଲୋକେ ଜ୍ୱର ବେମାରରେ ପଡି ଅଯଥା ଖର୍ଚ୍ଚନ୍ତ ହେଉଥିବା ସହ ଦୁରାରୋଗରେ ପୀଡିତ ହେଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏନେଇ ଜିଲ୍ଲାପାଳ ବିଡ଼ିଓ ସରପଞ୍ଚଙ୍କୁ ବାରମ୍ବାର ଜଣାଇଲେ ବି କିଛି ସୁଫଳ ମିଳିନି ଗ୍ରାମର ଲୋକ ମାନେ ଅଭିଯୋଗ କରିଛନ୍ତି। ସେହିଭଳି ୨୦୧୭ ମସିହାର ଲଗାଣ ବର୍ଷାରେ ମଙ୍ଗୁଲୁ ମିନିଆକା, ବରଜ ମିନିଆକା ଘର ସମ୍ପୁର୍ଣ୍ଣ ନଷ୍ଟ ହେଇ ଯାଇଥିଲା ଏପରିକି ସୋଇଥିବା ଅବସ୍ଥାରେ ଭୁଶୁଡି ପଡିଥିଲା ଅଳ୍ପକେ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଥିଲେ ବୋଲି ମଙ୍ଗୁଲୁ କହିଛନ୍ତି। ଗ୍ରାମର ମନୋଜ ଗରଡ଼ିଆ ଅଭି କଗିଛନ୍ତି କି ଅନେକ ବାର ସରପଞ୍ଚ ଙ୍କୁ କୁହା ଯାଇଥିଲେ ସୁଦ୍ଧା କର୍ଣ ପାତ କରୁନାହାନ୍ତି।ଏହି ଗ୍ରାମ ପାଇଁ ଏକ ପ୍ରକାର ପ୍ରଶାସନ ଜଳକା ସଦୃଶ ବ୍ୟବହାର କରୁଛି। ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଙ୍କ ପ୍ରତିଶୃତି ପାଲଟିଛି ମିଛ ପ୍ରହସନ ତେଣୁ ଗ୍ରାମବାସୀ କହିଛନ୍ତି କି ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ଏହାର ସମାଧାନ ପାଇଁ ଚେଷ୍ଠା କରନାଗେଲେ ଭୋଟ ବର୍ଜନ କରିବୁ ଓ ଗ୍ରାମ ମଧ୍ୟରେ କାହାରିକୁ ଭିତରକୁ ଆସିବାକୁ ଦେବୁ ନାହିଁ ବୋଲି ଧମକ ଦେଇଛନ୍ତି। ଏନେଇ ହଲୁଆ ପଞ୍ଚାୟତର ସରପଞ୍ଚ ସରସ୍ୱତୀ ବିଡିକା ଙ୍କୁ ପଚାରିବାରୁ ସେ ଆଗରୁ ସର୍ଭେ କରିବା ସମୟରେ ସେହି ଗ୍ରାମକୁ ଭୁଲରେ ଛାଡି ହେଇଯାଥିଲାଏବେ ତାଙ୍କୁ ଲିଷ୍ଟ ରେ ସାମିଲ କରାହେଇଛି ନିଶ୍ଚୟ ଘର ଦିଆଯିବ।ରହିଲା ପାଣି ସମସ୍ୟା କଥା ଅଳ୍ପ ଦିନରେ ଦୁଇଗୋଟି ଗଭୀର ନଳକୂପ ଖନନ ହେଇଚି ଯନ୍ତ୍ରୀଙ୍କ ସହ କଥା ହେଇଚି ତାହାର ଶୀଘ୍ର ସମାଧାନ କରାଯିବ ବୋଲି।
ପାନୀୟ ଜଳ ଓ ଡ୍ରେନେଜ ସମସ୍ୟାରେ ଉବୁଟୁବୁ ଟିକର ପଡା ଗ୍ରାମବାସୀ
Share with