Home Breaking News / ତାଜା ଖବର କଂଗ୍ରେସର ଛାଡିଲେ ପ୍ରଦୀପ ମାଝୀ!କହିଲେ ଦଳରେ ନାହିଁ ଜନସେବାର ସୁଯୋଗ, ଅଭିବକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଗଡ଼ ଭୁଶୁଡିବା ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

କଂଗ୍ରେସର ଛାଡିଲେ ପ୍ରଦୀପ ମାଝୀ!କହିଲେ ଦଳରେ ନାହିଁ ଜନସେବାର ସୁଯୋଗ, ଅଭିବକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଗଡ଼ ଭୁଶୁଡିବା ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁସୁଡୁଛି କଂଗ୍ରେସ ର ଗଡ଼। ଦଳ ଛାଡିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ଏ ନେଇ ସେ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। କଂଗ୍ରେସରେ ଜନସେବାର ସୁଯୋଗ ନଥିବା କହି ସେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନବରଙ୍ଗପୁରର ପୂର୍ବତନ ସାଂସଦ ଥିଲେ ଏନେଇ ପ୍ରଦୀପ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ଅତି ଦୁଃଖ ଓ କଷ୍ଟରେ ନିଷ୍ପତ୍ତି ନେଇଥିବା ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
କଂଗ୍ରେସର ଟାଣୁଆ ନେତା ତଥା ପିପିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଜାତୀୟ ରାଜନୀତିରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବନ୍ଧୁ ଭାବରେ ପରିଚିତ ଥିବା ବେଳେ ଗତ କିଛି ଦିନ ହେବ କଂଗ୍ରେସ ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା କିନ୍ତୁ ଏଥିରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ଗତ କିଛି ଦିନ ହେବ ଦଳ ପ୍ରତି ସେ ଅସନ୍ତୋଷ ଥିଲେ ତେବେ ସେ ବିଜେଡ଼ିକୁ ଡେଇଁବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା ।କିନ୍ତୁ ବର୍ତ୍ତମାନ ଯାଏଁ ତାହା ସ୍ପଷ୍ଟ ହେଇନାହିଁ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କ ବିଷୟକୁ ନେଇ ଆଲୋଚନା ହୋଇଥିଲା ଓ ଆନୁଷ୍ଠାନିକ କାର୍ଯ୍ୟକାରୀ ହେବା ବାକି ରହିଛି ବୋଲି ଚର୍ଚ୍ଚା ହେଉଥିଲା। ପ୍ରଦୀପଙ୍କ ଅନେକ ସମର୍ଥକ ଏହି ଖବର ସତ୍ୟ ବୋଲି କହୁଛନ୍ତି । ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ । ଏଣୁ ଚର୍ଚ୍ଚା ମିଛ ହୋଇନପାରେ ବୋଲି ରାଜନୀତି ମହଲରୁ ଶୁଣିବାକୁ ମିଳୁଛି ।
ଏଭଳି ସସ୍‌ପେନ୍ସ ଉପରୁ ପରଦା ହଟୁ ନଥିବା ବିଜେଡି ଜିଲ୍ଲା ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ବି ପ୍ରସଙ୍ଗକୁ ନେଇ ଅନ୍ଧାରରେ ରହିଛନ୍ତି । ସେ ଖାଲି ବାହାରୁ ଶୁଣୁଥିବା କହିଛନ୍ତି । ପ୍ରସଙ୍ଗକୁ ପ୍ରଦୀପ ଦୃଢ଼ତାର ସହ ଖଣ୍ଡନ କରୁ ନଥିବାରୁ ଜିଲ୍ଲାବାସୀଙ୍କ ମନରେ ସନ୍ଦେହ ବଢ଼ିବାରେ ଲାଗିଛି ।ପ୍ରଦୀପଙ୍କ ବାପା ଭଗବାନ ମାଝୀ ନିଜ ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ । ବିଜୁବାବୁ ଭଗବାନଙ୍କୁ ଜନତା ଦଳରୁ ୧୯୯୪ରେ ରାଜ୍ୟସଭାକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ଭଗବାନ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ପ୍ରଦୀପ କଂଗ୍ରେସରୁ ନିଜ ରାଜନୀତି ଆରମ୍ଭ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପରେ ସେ ସିଧାସଳଖ ୨୦୦୯ରେ ନବରଙ୍ଗପୁର ସାଂସଦ ନିର୍ବାଚିତ ହୋଇଥିଲେ । ପରେ ଦୁଇ ଥର ନିର୍ବାଚନରେ ପରାଜୟ ହୋଇଥିଲେ । ରାଜନୀତି ଜୀବନରେ ସଂଘର୍ଷ କରି କେବଳ ଅବିଭକ୍ତ କୋରାପୁଟ ନୁହେଁ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛନ୍ତି । ରାଜ୍ୟସ୍ତରର ଜଣେ ଦକ୍ଷନେତା ଭାବେ ନିଜ ସ୍ଥାନ ଏବେ ବି ବଜାୟ ରଖିଛନ୍ତି । ପ୍ରଦୀପ ବିଜେଡିରେ ସାମିଲ ହେବା ଥୟ ବୋଲି ଆଶଙ୍କା ପ୍ରକାଶ ପାଉଥିଲେ ହେଁ କେବେ ଏଥିରୁ ପରଦା ହଟିବ ତାହାକୁ ଜିଲ୍ଲା ତଥା ରାଜ୍ୟବାସୀ ଚାହିଁ ରହିଛନ୍ତି ।ଅନ୍ୟପଟେ ତାଙ୍କର ଅତି ନିକଟତମ ସହଯୋଗୀ ମାନେ ମଧ୍ୟ ଦଳ ଛାଡିବା ଆରମ୍ଭ କରିଦେଇଛନ୍ତି।

related posts

Leave a Comment