Home Breaking News / ତାଜା ଖବର ନରସିଂହପୁର ଥାନା ଉପରେ ଉଶୃଙ୍ଖଳଙ୍କ ଆତଙ୍କରାଜ :ଥାନା ଭଙ୍ଗାରୁଜା ଓ ପୋଲିସଙ୍କୁ ଆକ୍ରମଣ, ଗୁରୁତ୍ତର ପୋଲିସ କର୍ମଚାରୀ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି

ନରସିଂହପୁର ଥାନା ଉପରେ ଉଶୃଙ୍ଖଳଙ୍କ ଆତଙ୍କରାଜ :ଥାନା ଭଙ୍ଗାରୁଜା ଓ ପୋଲିସଙ୍କୁ ଆକ୍ରମଣ, ଗୁରୁତ୍ତର ପୋଲିସ କର୍ମଚାରୀ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କ୍ଷୋଭ ପ୍ରକାଶ କରିବା ଆଳରେ ଥାନା ଭଙ୍ଗାରୁଜା ଓ ପୋଲିସ ଉପରକୁ ଆଖିବୁଜା ଢେଲା ପଥର ମାଡ଼ |ଆକ୍ରମଣକାରୀଙ୍କ ମାଡ଼ରେ ୩ ଜଣ ପୋଲିସ କର୍ମଚାରୀ ଗୁରୁତ୍ତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତି ହୋଇଛନ୍ତି |ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନାରେ |
ଘଟଣାରୁ ପ୍ରକାଶଯେ, ଗତକାଲି (21.10.21)ରାତିରେ ନରସିଂହପୁର ପୋଲିସ ରତାପାଟରୁ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା |ଏହାକୁ ଆଳ କରି କେତେକ ବିଶୃଙ୍ଖଳିତ ଥାନା ଆଗରେ ପୋଲିସକୁ ଗାଳିଗୁଲଜ କରିବା ସହ ଗେଟରେ ତାଲା ପକେଇ ଦେଇଥିଲେ |ଏତିକିରେ ସରିନଥିଲା ସେମାନଙ୍କ ଦବଙ୍ଗଗିରି, ଏହାପରେ ଥାନା ଭିତରକୁ ଧସେଇ ପଶିଥିଲେ |ପୋଲିସ ଅଧିକାରୀ ସଂଯମତାର ସହ ବୁଝେଇଥିଲେ ମଧ୍ୟ ଏମାନେ ହିତାହିତ ଜ୍ଞାନଭୁଲି ଆରମ୍ଭ କରିଥିଲେ ଆତଙ୍କରାଜ |ଥାନା ଭଙ୍ଗାରୁଜା କରି ଢେଲା ପଥର ମାଡ ଆରମ୍ଭ କରିଥିଲେ |ଏମାନଙ୍କ ଆକ୍ରମଣରେ ୨ ଜଣ ମହିଳା ପୋଲିସ କର୍ମଚାରୀ ଟଳି ପଡ଼ିଥିଲେ ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତ୍ତର ହୋଇଥିଲେ |ବିଶୃଙ୍ଖଳାକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ମୃଦ୍ୟୁ ଲାଠି ଚାଳନା କରିବାବେଳେ ଜଣେ ଆକ୍ରମଣକରି ସାମାନ୍ୟ ଆହତ ହୋଇଥିଲେ |ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ |ଅଟକ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ଦାବିରେ କିଛି ଲୋକ ରତାପାଟ ହାଡୁଆ ନାଳ ଛକରେ ରାସ୍ତାରୋକ କରିଛନ୍ତି |ଫଳସ୍ୱରୂପ ସାଧାରଣ ଜନତା ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଜିଲ୍ଲା ଅତିରିକ୍ତ ଏସପି, sdpo, ପ୍ରମୁଖ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି |
ପ୍ରକାଶ ଥାଉକି, ବାରମ୍ବାର ଏକ ଗୋଷ୍ଠୀ ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ସାଧାରଣ ଗ୍ରାମବାସୀଙ୍କୁ ବିଭିନ୍ନ ସମୟରେ ଆଜ୍ରମଣ ଓ ଧମକ ଚମକ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି |ଅତୀତରେ ବଡମ୍ବା ବ୍ଲକ ଭଙ୍ଗାରୁଜା ଠାରୁ ଆରମ୍ଭ କରି ସିଆରିଆ, ଗୋପାଳପୁର ପ୍ରଭୃତି ଗ୍ରାମଠାରୁ ନେଇ ମହିଳା, ବିଧବା ଙ୍କ ଉପରେ ଆକ୍ରମଣ ଘଟଣାରେ ଜଡିତ ରହି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିଲେ |ପୋଲିସ ର କାର୍ଯ୍ୟାନୁଷ୍ଠାନ ନନେବା, ଉଦାସୀନ ରହିବା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିକରିଥିଲା |ଗୁଣ୍ଡାରାଜର ଶିକାର ପୀଡିତ /ପୀଡିତ ଏମାନଙ୍କ ନାମରେ ଏତଲା ଦେବାକୁ ବି ଭୟ କରୁଛନ୍ତି |
ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ବିଭିନ୍ନ ମାର୍ଗ ଥିବାବେଳେ ଯୋଜନାବଦ୍ଧ ଭାବେ ଥାନା ଉପରେ ଏଭଳି ଆତଙ୍କରାଜ ଘଟଣାକୁ ନରସିଂହପୁର ର ଶାନ୍ତିପ୍ରିୟ ଜନତା ନାପସନ୍ଦ କରିଛନ୍ତି |

related posts

Leave a Comment