ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଆତ୍ମା ପ୍ରକଳ୍ପ ସଂଯୋଜନାରେ ଶୁକ୍ରବାର ବତକ ଛୁଆ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବ୍ଲକର ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା ହୋଇ ଥିବା କ୍ଷେତ ପୋଖରୀ ଖନନକରିଥିବା ଅଂଚଳ ର ୧୦ ଜଣ ଅଗ୍ରଣୀ ଚାଷୀମାନଙ୍କୁ ୨୫ଟି ଲେଖାଏଁ ବତକ ଛୁଆ ବିତରଣ କରାଯାଇଛି। ଏହି ଅବସରରେ କ. ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ମହାସିଙ୍ଗି, ସାଇନ୍ ପଡା ଓ କୁଡୁତୁଲି ପଞ୍ଚାୟତର ଚାଷୀ ମାନଙ୍କୁ ବ ତ କ ବଣ୍ଟନ କରିଥିଲେ। କ.ନୂଆଗାଁ ଗୋଷ୍ଠୀ ବୈଷୟିକ ଦଳ ସଂଯୋଜିକା ସ୍ୱାଗତିକା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦେବଜ୍ଯୋତି ବେହେରା ଓ ଭ୍ରାମ୍ୟମାଣ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦିପକ କୁମାର ପ୍ରଧାନ ଯୋଗ ଦେଇ ବତକର ଯତ୍ନ ଓ ସ୍ଵାସ୍ଥ୍ୟ ପରିଚାଳନା, ଖାଦ୍ଯାଭ୍ଯାସ, ବିଭିନ୍ନ ରୋଗର ନିରାକରଣ ପାଇଁ ଠିକ୍ ସମୟରେ ପ୍ରତିଷେଧକ ଟୀକା ପ୍ରଦାନ ବିସ୍ତୃତ ଆଲୋଚନା କରି ସଚେତନ କରିବା୍ ସହ ପରାମର୍ଶ ପ୍ରଦାନ କରିଥିଲେ। ସହକାରୀ ବୈଷୟିକ ପରିଚାଳକ ଶୁଭେନ୍ଦୁ କୁମାର ମହାପାତ୍ର,ଅନୁସୂୟା ଦଳେଇ ଓ ବନିତା ବେହେରା ପ୍ରମୁଖ ସହଯୋଗ କରିଥିଲେ।
କ.ନୂଆଗାଁରେ ବତକ ଛୁଆ ବଣ୍ଟନ
Share with
previous post