Home Breaking News / ତାଜା ଖବର କାର୍ତିକବ୍ରତ ପାଇଁ ସଂକଳ୍ପ ଓ ତୁଳସୀ ଚଉରା ପ୍ରତିଷ୍ଠା

କାର୍ତିକବ୍ରତ ପାଇଁ ସଂକଳ୍ପ ଓ ତୁଳସୀ ଚଉରା ପ୍ରତିଷ୍ଠା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୧/୧୦–(ଧନେଶ୍ବର ରାଉତ)-କୁମାର ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟ ଉତ୍ସବ ମୁଖର ଥିବା ବେଳେ କୁମାର ମାନଙ୍କ ପୂଜନ ଧୁମ ଧାମରେ ପାଳନ ଅବସରରେ କାର୍ତିକ ବ୍ରତ ଧାରକ ମାନେ ଆଜି ଠାରୁ କାର୍ତିକ ବ୍ରତ ଧାରଣ କରି ପୁରା ମାସ ସାରା ଉପବାସ କରି ହବିଷ ଖାଇଥାନ୍ତି । ଚଳିତ ବର୍ଷ କରନା କଟକଣା କୁ ଦୁଷ୍ଟିରେ ରଖି କୌଣସି ମନ୍ଦିର ମଠ ମାନଙ୍କରେ ଭିଡ଼ ନ ଜମାଇ ନିଜ ନିଜ କ୍ଷେତ୍ରରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ସିଦ୍ଧଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମ ଙ୍କ ତତ୍ୱବାଧାନରେ ରାୟଗଡ ସ୍ଥିତ ସଦର ବ୍ଲକ କତାପେଟା ଗ୍ରାମପାୟତର ସିଲିଟି ଗୁଡା ଗ୍ରାମର ଧ୍ୟାନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସପ୍ତର୍ଷି ଧ୍ୟାନ ମଣ୍ଡପରେ ଏକ ସବକଳ୍ପ ପର୍ବ ଅନୁଷ୍ଠିତ ହୋଇଥିଲା। ଆଜି ଠାରୁ କାର୍ତିକ ଆସୁଥିବାରୁ ଏହା ଏକ ପୁଣ୍ୟ ମାସ ଅଟେ ତେଣୁ ବ୍ରତ ଧାରଣ କଲେ ଅନେକ ଅଭିଷ୍ଠ ସିଦ୍ଧି ହୁଏ ବୋଲି ମାନ୍ୟତା ରହିଛି। ତେଣୁ ଗ୍ରାମର ମାତୃଶକ୍ତି ଓ ପୂଜକ ଉପେନ୍ଦ୍ର, କୃଷ୍ଣ,ଓ ହିରୋଧର ନାୟକଙ୍କ ମନ୍ତ୍ର ପାଠ ପୂର୍ବକ ସଂକଳ୍ପ ଓ ଜଳାଭିଷେକ ପୁଷ୍ପ ମାଲ୍ୟ ସମର୍ପଣ ଆଦି ବିଧି ବିଧାନ କର୍ମ ସମ୍ପନ ହେଇଥିଲା। ସମାଜସେବୀ ଆଲୁ ଶଙ୍କର ରାଓଙ୍କ ଦ୍ୱାରା ଅନ ପ୍ରାସାଦର ବ୍ୟାବସ୍ଥା କରାଯାଇଥିଲା। ଏହି ପରି ପ୍ରେକ୍ଷୀରେ ସଦର ବ୍ଲକ ହଲୁଆ ପଞ୍ଚାୟତର ଟିକର ପଡା ଗ୍ରାମରେ ମା ସିଙ୍ଗାରିଙ୍କ ଘରେ ଏଜ ତୁଳସୀ ଚଉରା ପ୍ରତିଷ୍ଠା କାର୍ଯ୍ୟକ୍ରମ କରାଯାଇଥିଲା। ତୁଳସୀ ମାହାତ୍ମ୍ୟ ବିଷୟରେ ଆଲୋଚନା କରି ଏହାକୁ ପୂଜନ କଲେ ସର୍ବ ଦେବଦେବୀ ପ୍ରସନ୍ନ ହେବା ସହ ଆଉ ବଳ ଧନ ଧନଧାନ୍ୟ ରେ ପରିପୂର୍ଣ ହୋଇ ସୁଖମୟ ଜୀବନ ଯାପନ କରିହୁଏ ବୋଲି ଯୋଗୀଶ୍ରୀ କଗିଛନ୍ତି । ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଲଳିତ ମୋହନ ପଟନାୟକ, ସୁନଧର ଗୌଡ଼,ମାଲନା ଭାଇ ଓ ଗ୍ରାମବାସୀଙ୍କ ହୁଳହୁଳି ପୂର୍ବକ ଶ୍ରଦ୍ଧାର ସହ ପ୍ରତିଷ୍ଠା ସମ୍ପନ ହେଇଥିଲା

related posts

Leave a Comment