Home Breaking News / ତାଜା ଖବର ମୁରିବାହାଲରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ମୁରିବାହାଲରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁରିବାହାଲ: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତ ମେହେର ଙ୍କ ହତ୍ୟା ମାମଲାର ଲିଙ୍କ ଅଭିଯୋଗରେ ଆଜି ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ , ମୁରୀବାହାଲ ବ୍ଲକ ବିଜେପି ମଣ୍ଡଳ ତରଫରୁ ବିଜେପି ନେତା ଶ୍ରୀବସ୍ୟ ବେହେରାଙ୍କ ନେତୃତ୍ଵରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକାକୁ ମୁରିବାହାଲ ବ୍ଲକ ସମ୍ମୁଖରେ ଦାହ କରାଯାଇଥିଲା । ଏବଂ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାର ପ୍ରତିବାଦ କରାଯାଇଥିଲା ।

ମାମିତଙ୍କୁ ନ୍ୟାୟ ଦେବା ଦାବିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ, ଘଟଣାରେ ସଂପୃକ୍ତଥିବା ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ କାରଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା ବିଜେପି । ଶାସକ ଦଳର ନେତା, ମନ୍ତ୍ରୀଙ୍କ ଅରାଜକତା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁ କି ନିରବଦ୍ରଷ୍ଟା ସଜି ରହିଛନ୍ତି ବୋଲି ବିଜେପି ଧାରଣା ଦେଇଥିଲା
ଏହି ଭିକ୍ଷୋଭ କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକର ଶତାଧିକ ପ୍ରମୁଖ ବିଜେପି ନେତା ସାମିଲ ହୋଇଥିଲେ ।

related posts

Leave a Comment