Home Breaking News / ତାଜା ଖବର ମମିତା ମୃତ୍ୟୁ ଘଟଣା,ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା

ମମିତା ମୃତ୍ୟୁ ଘଟଣା,ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲାଙ୍ଗିର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁକୁ ନେଇ ଉଷ୍ମ ହେଲା ରାଜନୀତି । ଏହି ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବିଜେପି । ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି । ଏହାସହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ଦଳ ।

ଏଭଳି ଏକ ଜଘନ୍ୟ ଘଟଣାରେ ଖୋଦ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତ ଥିବା ଦଳ ଅଭିଯୋଗ କରିଛି । ମାମଲାକୁ ସରକାର ଓ ପୋଲିସ ଚାପି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି କହିଛି । ତେଣୁ ସରକାର ଜାଣିଶୁଣି ତଦନ୍ତର ଦିଗକୁ ବାଟବଣା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି ବିଜେପି । ଯେପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାନଯାଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ କହିଛି । ବନ୍ଦ ସମୟରେ ଜରୁରୀ ସେବା ବ୍ୟତୀତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ।

related posts

Leave a Comment