Home Breaking News / ତାଜା ଖବର ପାଗରେ ପରିବର୍ତ୍ତନ ହେବା ପରେ କେଦାରନାଥକୁ ଯାତ୍ରା ଆରମ୍ଭ

ପାଗରେ ପରିବର୍ତ୍ତନ ହେବା ପରେ କେଦାରନାଥକୁ ଯାତ୍ରା ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉତ୍ତରାଖଣ୍ଡ : ଆରମ୍ଭ ହେଲା ଚାରିଧାମ ଯାତ୍ରା । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ଭୂ-ସ୍ଖଳନ ହେବା ଫଳରେ ଅଟକି ଥିବା ଚାରିଧାମ ଯାତ୍ରା ଆଜିଠାରୁ ପୁଣି ଆରମ୍ଭ ହୋଇଛିା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ସମୀକ୍ଷା ବୈଠକ ପରେ ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ସୂଚନା ଦେଇଛିନ୍ତି ।

ପାଣିପାଗ ବିଭାଗ ସୂଚନା ଦେବାପରେ ଉତ୍ତରାଖଣ୍ଡ ସିଏମ ଆସନ୍ତା ୩ ଦିନ ପାଇଁ ଚାରିଧାମ ଯାତ୍ରା ବନ୍ଦ କରିବାକୁ ନିବେଦନ କରିଥିଲେ।ହେଲେ ରାସ୍ତା ଘାଟ ସବୁ ସଫା ହେବା ପରେ ପୁଣି ତିର୍ଥ ଯାତ୍ରା ଆରମ୍ଭ ହୋଇଛି। ଅଧା ରାସ୍ତାରେ ଫସି ରହିଥିବା ତୀର୍ଥଯାତ୍ରୀ ମାନେ କେଦାରନାଥ ଅଭିମୁଖେ ବାହାରିଛନ୍ତି। ଅନ୍ୟପଟେ ମାଟି ଧସିବାଯୋଗୁଁ ଅଟକିଥିବା ଗାଡି ସହ ତୀର୍ଥ ଯାତ୍ରୀମାନେ ଆଜି ଠାରୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆରମ୍ଭ କରିଛନ୍ତି।

related posts

Leave a Comment