Home Breaking News / ତାଜା ଖବର ସ୍ୱପ୍ନରେ ସାପ ଦେଖୁଛନ୍ତି କି? ଜାଣନ୍ତୁ ଏକ କେତେ ଶୁଭ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜ୍ୟୋତିଷ ଶାସ୍ତ୍ର ଏବଂ ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ସ୍ବପ୍ନ ଆମ ଉପରେ ଭଲ ଓ ଖରାପ ପ୍ରଭାବ ପକାଇଥାଏ |ସେହିଭଳି ସ୍ୱପ୍ନରେ ସାପ ଦେଖିବା ମଧ୍ୟ ଶୁଭ ଓ ଅଶୁଭ ସଂକେତ ଦେଇଥାଏ |ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜୀବନରେ ରାହୁ ଦଶା ଆରମ୍ଭ ହେଲେ ସ୍ୱପ୍ନରେ ସାପ ଦେଖାଯାଇଥାଏ |ଚାଲନ୍ତୁ ଜାଣିବା, ସ୍ୱପ୍ନରେ ସାପ ଦେଖିଲେ ଏହା ଆମ ପାଇଁ ଶୁଭ ନା ଅଶୁଭ |
()କୌଣସି ମନ୍ଦିରରେ ସାପ ଦେଖିବା : ସ୍ୱପ୍ନରେ କୌଣସି ମନ୍ଦିରରେ ସାପ ଦେଖିଲେ, ଏହା ଶୁଭ ବୋଲି ବିବେଚନା କରାଯାଏ |କୁହାଯାଏ ଏପରି ସ୍ବପ୍ନ ଆପଣଙ୍କ ଇଛା ଶୀଘ୍ର ପୂରଣ ହେବାକୁ ସୂଚିତ କରିଥାଏ |
()ଗଛ ଉପରେ ସାପ ଚଢିବା ସ୍ବପ୍ନ : ଗଛ ଉପରକୁ ସାପ ଚଢ଼ୁଥିବା ସ୍ବପ୍ନକୁ ଶୁଭ ବୋଲି ବିବେଚନା କରାଯାଏ |କୁହାଯାଏ ଏଭଳି ସ୍ବପ୍ନ, ଜୀବନରେ ପ୍ରଗତି ଓ ସଫଳତାକୁ ସୂଚିତ କରିଥାଏ |ଏଭଳି ସ୍ବପ୍ନ ଦେଖୁଥିବା ବ୍ୟକ୍ତିଙ୍କୁ, ତାଙ୍କର ଅଟକିଥିବା ଧନ ମିଳିପାରେ |

()ଶିବଲିଙ୍ଗ ଉପରେ ସାପ : ସ୍ୱପ୍ନରେ, ଆପଣ ଶିବଲିଙ୍ଗ ଉପରେ ସାପ ଦେଖିଲେ, ବୁଝିଯିବେଯେ, ଆପଣଙ୍କ ଉପରେ ଶିବଙ୍କ କୃପା ରହିଛି |

()ଧଳା, ଉଜ୍ଜଳ ଏବଂ ସୁବର୍ଣ୍ଣ ସାପ : ସ୍ୱପ୍ନରେ ଧଳା, ସୁବର୍ଣ୍ଣ କିମ୍ବା ଉଜ୍ଜଳ ସାପ ଦେଖିଲେ, ଭାଗ୍ୟ ଖୋଲିବାକୁ ସୂଚିତ କରିଥାଏ |ଆପଣଙ୍କ ସମସ୍ୟା ଦୁରହୋଇ ସୁଖ ସମୃଦ୍ଧି ଆସିଥାଏ |

()ବାରମ୍ବାର ସାପ ଦେଖିବା : ଯଦିକେହି ସ୍ୱପ୍ନରେ ବାରମ୍ବାର ସାପ ଦେଖନ୍ତି, ତେବେ ଏହାର ଅର୍ଥ ରାଶିରେ ସର୍ପ ଦୋଷ ଅଛି |ଏହା ବ୍ୟତୀତ ସାପ ପାଣିରେ ପହଁରୁଥିବା ଦେଖିଲେ, ଏହା କାଳସର୍ପ ଯୋଗକୁ ସୂଚିତ କରିଥାଏ |

related posts

Leave a Comment