Home Breaking News ବରହମପୁର ମ୍ୟୁନିସିପାଲିଟି କର୍ପୋରେସନର ଟ୍ରାଫିକ ସମସ୍ୟା

ବରହମପୁର ମ୍ୟୁନିସିପାଲିଟି କର୍ପୋରେସନର ଟ୍ରାଫିକ ସମସ୍ୟା

by Times One Odia
Share with
     
 
 
   

ବ୍ରହ୍ମପୁର(ଶ୍ରୀନିବାସ ପଟ୍ଟନାୟକ): ଗେଟ ବଜାର ଭଳି ବ୍ରହ୍ମପୁର ମହାନଗର ର ଅନେକ ଛକ ରେ ଏହି ଭଳି ଟ୍ରାଫିକ ସମସ୍ୟା ପ୍ରତିଦିନ ସୃଷ୍ଟି ହେଉଛି। ବାରମ୍ବାର ଗୋଟେ ରାଜନୈତିକ ଦଳ କୁ ଆମେ ଏଠି ଜିତାଉଚ୍ଛେ କିନ୍ତୁ ସେମାନଙ୍କ ତିଳେ ମାତ୍ର ଏଥିପ୍ରତି ଧ୍ୟାନ ଥିବା ପ୍ରତୀୟମାନ ହେଉନି। ତେଣୁ ସହରରେ ଟ୍ରାଫିକ ସମସ୍ୟା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ।

ଆମ ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲା ପ୍ରଶାସନ, Brahmapur Municipal Corporation,
Commissioner,municipal corporation berhampur ,
Brahmapur Development Authority ସବୁ ନୀରବ।
ନା flyover ନିର୍ମାଣ ପାଇଁ କୌଣସି ତତ୍ପରତା ଅଛି, ନା ରିଙ୍ଗ ରୋଡ ନିର୍ମାଣ ପାଇଁ କୌଣସି ଚିନ୍ତା। ଗତ ୨୦ ବର୍ଷ ହେଲା ଏ ଖେଳ ଚାଲିଛି।

ବ୍ରହ୍ମପୁର ର ଜନସାଧାରଣ, ବୁଦ୍ଧିଜୀବି, ସଙ୍ଗଠନ, ମିଡ଼ିଆ ଓ ସୋସିଆଲ ମିଡିଆ ବନ୍ଧୁ ମୁହଁ ନ ଖୋଲିଲେ ଓ ଏହାର ଦୃଢ ପ୍ରତିବାଦ ନ କଲେ ଆଉ ୨୦୦ ବର୍ଷ ପରେ ବି ଏହାର କୌଣସି ସମାଧାନ ହେବନି ଏହା ନିଶ୍ଚିତ। ବର୍ତ୍ତମାନ ବିଚାର ଆପଣଙ୍କର

related posts

Leave a Comment