ରାଇକିଆ: ମୋବାଇଲ୍ ଟାୱାର ନିର୍ମାଣ ପାଇଁ ଅଣ୍ଟା ଭିଡ଼ଲେ ଗ୍ରାମର ଯୁବ ବର୍ଗ,ମହିଳା ସଂଘ ସହ ଜନପ୍ରତିନିଧି। ଆଗାମୀ ୨୦୨୨ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପୁର୍ବରୁ ଗ୍ରାମରେ ମୋବାଇଲ ଟାୱାର ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି। ରବିବାର ଏହି ପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଠାରୁ ପ୍ରାୟ ୨୨ କିଲୋମିଟର ଦୂର ଦୁର୍ଗମ ଅଞ୍ଚଳ କରଡା ପଞ୍ଚାୟତ।ଗ୍ରାମରେ ରହିଛି ଅନେକ ସମସ୍ୟା। ସେଥିମଧ୍ୟରୁ ଜରୁରୀ ସେବା ନେଟୱର୍କ ସମସ୍ୟା। ଗ୍ରାମରେ ଦୀର୍ଘ ବର୍ଷ ହେବ କୈାଣସି ମୋବାଇଲ୍ ଟାୱାର ନିର୍ମାଣ ହୋଇନାହିଁ। ଏଥି ଯୋଗୁଁ ବହୁ ସମସ୍ୟା ଦେଖାଦେଉଛି।ଏ ନେଇ ଗ୍ରାମର ଶତାଧିକ ଯୁବକ, ମହିଳା,ପୁରୁଷ ଓ ପାଠ ପଢୁଆ ପିଲାଙ୍କ ସହ ସ୍ଥାନୀୟ ମହିଳା ସରପଞ୍ଚ ମଧ୍ୟ ମୋବାଇଲ ନେଟୱର୍କ ସମସ୍ୟା ନେଇ ହାତରେ ଫ୍ଲାଗ କାର୍ଡ ଧରି ନେଟୱର୍କ ନାହିଁତ ଭୋଟ ନାହିଁ, ମିଥ୍ୟା ପ୍ରତିସ୍ମୃତି ଚଳିବ ନାହିଁ, ନାରାବାଜି ଦେଇ ଗ୍ରାମ ପରିକ୍ରମା କରିବା ସହ ପଞ୍ଚାୟତ ସମ୍ମୁଖରେ ବସି ପ୍ରତିବାଦ କରିଛନ୍ତି ଗ୍ରାମବାସୀ।
କରଡା ପଞ୍ଚାୟତରେ ପ୍ରାୟ ୩ ହଜାର ୪୦୬ ଭୋଟର ରହିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମରେ କୈାଣସି ମୋବାଇଲ ଟାୱାର ନାହିଁ। ଦୀର୍ଘ ବର୍ଷ ଧରି ଟାୱାର ନଥିବା ଯୋଗୁଁ ପିଲାଙ୍କ ଅନଲାଇନ ପାଠପଢ଼ାରୁ ବଞ୍ଚିତ ହେଉଛିନ୍ତି,କୋଭିଡ ଟିକା ପାଇଁ ରେଜିଷ୍ଟ୍ରେସନ୍ ସମସ୍ୟା ଏବଂ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ମଧ୍ୟ ବହୁ ସମସ୍ୟା ଦେଖା ଦେଉଛି। ଏନେଇ ପ୍ରଶାସନ ଓ ରାଜନେତାଙ୍କୁ ବାରମ୍ବାର ଅବଗତ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ ଆଜି ପର୍ଯ୍ୟନ୍ତ। କେବଳ ମିଥ୍ୟା ପ୍ରତିସ୍ମୃତି ଦେଇ ଭୋଟ ହାତେଇ ନେଉଛନ୍ତି। କିନ୍ତୁ ଏବେ ଆଉ ତାହା ହେବାକୁ ଦେବେ ନାହିଁ। ଗ୍ରାମରେ କୈାଣସି ନେତାଙ୍କୁ ପୁରାଇ ଦିଆଯିବ ନାହିଁ। ଏନେଇ ଗ୍ରାମର ଯୁବ ସଂଘ,ମହିଳା ସଂଘ,ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଅଣ୍ଟା ଭିଡିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପୁର୍ବରୁ ନେଟୱର୍କ ସମସ୍ୟାର ସମାଧାନ ନହେଲେ ସଂପୂର୍ଣ୍ଣ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏବେ ଦେଖିବାକୁ ରହିଲା ସରକାର ଜିଲ୍ଲା, ବ୍ଲକ୍ ପ୍ରଶାସନ, ନେତା ଓ ମନ୍ତ୍ରୀ କେତେ ତତ୍ପରତା ଦେଖାଉଛନ୍ତି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।
କରଡା ଗ୍ରାମବାସୀଙ୍କ ପ୍ରତିବାଦ, ନେଟୱର୍କ ନାହିଁତ ଭୋଟ ନାହିଁ
Share with
previous post