Home Breaking News / ତାଜା ଖବର ସଂରକ୍ଷଣ ତାଲିକାକୁ ନେଇ ଖୁସି ପ୍ରକଟ କଲେ ପଂଚାୟତବାସୀ

ସଂରକ୍ଷଣ ତାଲିକାକୁ ନେଇ ଖୁସି ପ୍ରକଟ କଲେ ପଂଚାୟତବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 18/10(ସୁନୀଲ ପଟନାୟକ): ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ପାଇଛିl ଏହାକୁ ନେଇ ପଂଚାୟତବାସୀ ଖୁସି ପ୍ରକଟ କରିଛନ୍ତି l ସଂରକ୍ଷଣ ତାଲିକାରେ ସମିତିସଭ୍ୟ ପଦବୀ ପାଇଁ ଅନୁସୂଚିତ ଜାତି ର ମହିଳା ଓ ସରପଞ୍ଚ ପଦବୀ ପାଇଁ ଅନୁସୂଚିତ ଜାତିର ପୁରୁଷ ବର୍ଗ ପାଇଁ ସଂରକ୍ଷଣ ରହିଛି l ଜ଼ିଲ୍ଲା ପ୍ରଶାସନର ସଠିକ ସର୍ଭେ ଓ ପଦକ୍ଷେପ କୁ ସ୍ୱାଗତ କରିଛନ୍ତି କୁଇ ସମାଜର ସଭାପତି କାଳୁସେନ ପ୍ରଧାନ ଓ ସମ୍ପାଦକ ରଞ୍ଜିତ ପାଟମାଝୀ l
ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ ଓ ନିରପେକ୍ଷ ହେବ ବୋଲି ପଂଚାୟତବାସୀ ଆଶା ପ୍ରକଟ କରିଛନ୍ତି l ପଂଚାୟତରେ ବସବାସ କରୁଥିବା ଷାଠିଏ ପ୍ରତିଶତ ଅନୁସୂଚିତ ଜାତି ଓ ଚାଳିଶି ପ୍ରତିଶତ ଅନୁସୂଚିତ ଜନଜାତି ତୃଣ ମୂଳ ସ୍ତର ରେ ବିକାଶ ର ସ୍ୱାଦ ଚାଖିବେ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ମନ୍ତ ପ୍ରଧାନ, ରଂଜିତ ପ୍ରଧାନ, ରାଧା ପ୍ରଧାନ, ସସକା ପ୍ରଧାନ, ଡାନିୟାଲ ପ୍ରଧାନ, ସlକଡା ରୁପlମାଝୀ, ଓ ଲାମ୍ବୁ ରା ପ୍ରଧାନ ସମେତ କୁଇ ସମାଜ ଓ ଏଗାର ଗୋଟି ୱାର୍ଡବାସୀ ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କୁ ପ୍ରଶଂସା କରିବା ସହିତ ନିର୍ବାଚନ କମିଶନର ଓ ଜ଼ିଲ୍ଲା ପ୍ରଶାସନ ଉପଖଣ୍ଡ ପ୍ରଶାସନ ଏବଂ ବ୍ଲକ ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି

related posts

Leave a Comment