Home Breaking News / ତାଜା ଖବର ରାୟଗଡ ହାତୀପଥର ଝୁଲା ପୋଲରେ ଅଘଟଣ ଚାଲିଗଲା ବାପ ପୁଅଙ୍କ ଜୀବନ

ରାୟଗଡ ହାତୀପଥର ଝୁଲା ପୋଲରେ ଅଘଟଣ ଚାଲିଗଲା ବାପ ପୁଅଙ୍କ ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୮/୧୦-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ସଦର ମହକୁମା ର ନାଗବଳୀ ନଦୀ କୂଳରେ ଥିବା ହାତୀପଥରର ମାନରୋମ ଦୃଶ୍ୟ ଉପଭୋଗ କରିବାକୁ ଅନେକ ପର୍ଯ୍ୟଟକ ଙ୍କ ଭିଡ଼ ଜମିଥାଏ। କିନ୍ତୁ ଏହି ସ୍ଥଳୀର ଅଧିନିକି କରଣ କରିବା ସମୟରେ ଗତ କିଛି ବର୍ଷ ତଳେ ନଦୀ ବଢି ଆସି ସମ୍ପୂର୍ଣ ଜାଗାକୁ ଖୋଳି ଦେଇ ନଦୀ ଗର୍ଭରେ ମିସାଇଦେଇଥିଲା। ସେବେ ଠାରୁ ଆରମ୍ଭ ହେଲା ପର୍ଯ୍ୟଟନ ସ୍ଥଳୀ ବିପଦ ସ୍ଥଳି ହୋଇ ଅନେକ ଲୋକଙ୍କ ଜୀବନ ଜଳ ସମାଧି ପାଲଟିଛି। ଛାତ୍ର ଠାରୁ ଆରମ୍ଭ କରି ମହିଳା ଛୋଟ ପିଲା ମଧ୍ୟ ଏଥିରୁ ବାଦ ପଡିନାହାନ୍ତି। ସେହିଭଳି ଗତ କାଲି ଏକ ବଡଧରଣର ଦୁଃଖଦ ଘଟଣା ଘଟିଛି। ନିକତସ୍ଥ ଗଜପତି ଜିଲ୍ଲା ସଦରମହାକୁମା ର କ୍ୟମ୍ପ ସାହିରୁ ୧୬ ଜଣ ପର୍ଯ୍ୟଟକ ମା ମଝି ଘରିଆଣି ଙ୍କ ଦର୍ଶନ କରିବା ପାଇଁ ଦର୍ଶନ ସାରି ପ୍ରସାଦ ସେବନ ପରେ ହାତୀପଥର ର ଝୁଲା ପୋଲ ନିକଟସ୍ଥ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାକୁ ଯାଇଥିଲେ। ସେଠି ଅଜାଣତରେ କେ ଶ୍ରୀନିବାସ ୪୫ ଗୋଡ ଧୋଉଥୁବା ବେଳେ ଭାସି ଯାଇଥିଲେ ତାଙ୍କୁ ବଞ୍ଚାଇବା ପାଇଁ ପୁଅ ଜିତେନ୍ଦ୍ର ପାଣିକୁ ଡେଇଁ ପଡି ରକ୍ଷାକରିବାକୁ ଚେଷ୍ଟା କରି ନିଜେ ଭାସି ଯାଇଥିଲେ ବୋଲି ତାଙ୍କ ସାଙ୍ଗରେ ଆସିଥିବା ପ୍ରତ୍ୟକ୍ଷ ଦର୍ଶୀ ରାଜ କୁମାର କହିଛନ୍ତି। ସେ ପାଟି କରି ଆଖ ପାଖ ଲୋକଙ୍କୁ ଡାକି ଦେଖିଲା ବେଳକୁ ଦୁଇଜଣ ଯାକ ନଦିଗର୍ଭରେ ଅଦୃଶ୍ୟ ହେଇଯାଇଥିଲେ ସେତେବେଳେ ପ୍ରଶାସନକୁ ଜଣାଇବା ପରେ ଅଗ୍ନିଶମ ବାହିନୀ ଖବର ସଂଗ୍ରହ ସମୟରେ ବହୁ ଖୋଜା ଖୋଜି କରି ପାଇ ପରିନାଥଲେ । ଶୋକକୁଳ ଅବସ୍ଥାରେ ନିଜ ପରିଜନଙ୍କୁ ହରାଇ ମ୍ରିୟମାଣ ହେଇ ପରିଜନଙ୍କ ମୃତ ଦେହ ଅପେକ୍ଷାରେ ତେଣୁ ପ୍ରଶାସନ କୁ ଗୁହାରି କରୁଛନ୍ତି କି ଶବକୁ ଠାବ କରି ଜନ୍ମ ମାଟିକୁ ନେବାର ସହଯୋଗ କଲେ ଆତ୍ମୀୟ ପରିଜନଙ୍କ ଶେଷ ଦର୍ଶନ କରିପରନ୍ତେ। ଆଜି ମିଳିଥିବା ସୂଚନା ଅନୁସାରେ ପୁଅର ମୃତ ଦେହ ତଳ ଘାଟ ଦେହୁରୀ ଗୁଡ଼ାରେ ମିଳିଥିବା ବେଳେ ବାପାଙ୍କ ଦେହ ମିଳିପାରିନାହିଁ।

related posts

Leave a Comment