Home Breaking News / ତାଜା ଖବର ଝିଙ୍କ ପକ୍ଷୀକୁ ଉଦ୍ଧାର କରି ଏବେ ଚର୍ଚ୍ଚାରେ ଗ୍ରାମବାସୀ

ଝିଙ୍କ ପକ୍ଷୀକୁ ଉଦ୍ଧାର କରି ଏବେ ଚର୍ଚ୍ଚାରେ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଂଚାୟତ ଅନ୍ତର୍ଗତ ସବଳଙ୍ଗ ଗ୍ରାମରୁ ଆଜି ଏକ ଜଙ୍ଗଲି ଜନ୍ତୁ ଝିଙ୍କ ଗ୍ରାମବାସୀମାନଙ୍କ ଦ୍ଵାରା ଉଦ୍ଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ଗତକାଲି ସନ୍ଧ୍ୟାରେ ଏଗ ଝିଙ୍କ ସବଳଙ୍ଗ ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ବୁଲୁଥିବାର ଦେଖାଯାଇଥିଲା । ତାକୁ କାବୁ କରିବା ପାଇଁ କିଛି ଯୁବକ ଚେଷ୍ଟା କରିବାରୁ ସେ ନିକଟସ୍ଥ ଏକ ଦଳ ପୋଖରୀକୁ ପଶି ଯାଇଥିଲା । ଗ୍ରାମବାସୀମାନେ ତାକୁ ଚାରିପଟୁ ଘେରି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ତରଫରୁ ୨ ଜଣ କର୍ମଚାରୀ ଆସିଥିଲେବି ଝିଙ୍କ ଧରିବା ପାଇଁ କୌଣସି ସରଂଜାମ ଆଣିନଥିଲେ । ଗ୍ରାମର ସାହାସୀ ଯୁବକ ଜାଲ ସାହାଯ୍ୟରେ ତାକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ତାର ଆକ୍ରମଣରେ ଗ୍ରାମର ହେମାନନ୍ଦ ଦାସ ଓ ସୁବଳ ଚରଣ ଦାସ ଆହାତ ହୋଇ ଥିଲେ । ପରେ ଗ୍ରାମବାସୀମାନେ କୌଶଳକ୍ରମେ ଜାଲ ଦ୍ଵାରା ଧରି ବନବିଭାଗ କର୍ମଚାରୀ କୈଳାସ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ଟିମ୍‌କୁ ହସ୍ତାନ୍ତର କରିଥିଲେ । ବନବିଭାଗ କର୍ମଚାରୀମାନେ ଏହାକୁ ଉଦ୍ଧାର କରି ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ତେବେ ଏହି ଝିଙ୍କପକ୍ଷୀ କେଉଁଠୁ ଓ କିପରି ଆସିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

related posts

Leave a Comment