Home Breaking News ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

by Times One Odia
Share with
     
 
 
   

ଫୁଲବାଣୀ -18/10(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ମାସରୀପଡା ଗାଁ ନିକଟରେ ଥିବା ଫୋଖରୀରେ ବୁଡ଼ିଯାଇ ଜଣେ 60 ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛିl ମୃତକ ଜଣକ ପୁଟକିପଡ଼ା ଗାଁ ର ରିପା ଡିଗଲ ବୋଲି ଜଣାପଡିଛି. l
ରବିବାର ସନ୍ଧ୍ୟା ସମୟରେ ବୃଦ୍ଧ ଜଣକ ଗାଁ ପୋଖରୀ କୁ ଶୌଚ ହେବାପାଇଁ ଯାଇ ଥିବା ବେଳେ କୌଣସି କାରଣରୁ ଗୋଡ଼ ଖସି ପୋଖରୀ ରେ ବୁଡି ଯାଇଥିଲେ.l ଖବର ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ଓ ଦମକଳ ବାହିନୀ ପହଂଚି ଦୀର୍ଘ 12 ଘଣ୍ଟାକାଳ ପାଣିରେ ଖୋଜା ଖୋଜି କଲା ପରେଆଜି ସୋମବାର ସକାଳୁ ପୋଖରୀରୁ ମୃତଦେହ କୁ ଉଦ୍ଧାର କରିଥିଲେ.l ଫିରିଙ୍ଗିଆ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି.l ଅନ୍ୟପଟେ ବୃଦ୍ଧ ଜଣକ ବୁଡି ମୃତ୍ୟୁ ବରଣ କରିଥିବା ପୋଖରୀ ଟି ମାଶରୀପଡା ନୂଆପାଦର ମୁଖ୍ୟ ରାସ୍ତା କୁ ଲାଗିରହିଥିବା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି. l
ଅନ୍ୟାପଟେ କିଛିଦିନ ତଳେ ଏହି ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ କରାଯାଇଥିଲା. ତେବେ କାମଟି ନିମ୍ନ ମନର ହୋଇଥିବା ବେଳେ ଉକ୍ତପୋଖରୀ ରେ ଗ୍ରାମବାସୀ ଗାଧୋଇବା ସମ୍ଭବ ହୋଇପାରୁନାହିଁ ଯାହାପାଇଁ କାର୍ଯ୍ୟରତ ଯନ୍ତ୍ରୀ ଓ କାମ କରିଥିବା ଠିକାଦାର ଙ୍କୁ ଦାୟିକରିଛନ୍ତି ମାଶ୍ରିପଡା ଗ୍ରାମବାସୀl ପୋଖରଟି ରାସ୍ତା କଡରେ ଥିବାରୁ ପୋଖରୀର ସୁରକ୍ଷା ପାଚେରୀ ନିର୍ମାଣକରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି

related posts

Leave a Comment