Home Breaking News / ତାଜା ଖବର ସିକ୍ୟୁରିଟୀ ଗାର୍ଡଙ୍କର ନିଖୋଜ ଘଟଣା, ଦୀର୍ଘ ଦୁଇ ଦିନ ପରେ ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର କେନାଲରୁ ଉଦ୍ଧାର ହେଲା ମାନସଙ୍କ ମୃତ ଶରୀର

ସିକ୍ୟୁରିଟୀ ଗାର୍ଡଙ୍କର ନିଖୋଜ ଘଟଣା, ଦୀର୍ଘ ଦୁଇ ଦିନ ପରେ ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର କେନାଲରୁ ଉଦ୍ଧାର ହେଲା ମାନସଙ୍କ ମୃତ ଶରୀର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ରାକେଶ କୁମାର ମହାପାତ୍ର): ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର ରେ କାର୍ଯ୍ୟରତ ଥିବା ମାନସ ପଟ୍ଟନାୟକ(୩୫) ନାମକ ଜଣେ ଯୁବକ ଙ୍କ ଗତ ଶନିବାର ସନ୍ଧ୍ୟା ରୁ ବାଲିମେଳା ପାୱାର ହାଉସ ଠାରୁ ସୋର୍ଲୋକଣ୍ଡା ବ୍ୟାରେଜ୍ କୁ ସଂଯୋଗ କରୁଥିବା କେନାଲ ପାଖ ସିକୁରିଟ କଲୋନୀ ରୁ ନିଖୋଜ ହୋଇଯାଇ ଥିଲେ। ଉକ୍ତ କଲୋନୀ ପାଖରୁ ତାଙ୍କ ବାଇକ୍ (OD 30 C 7835) ଓ ମୋବାଇଲ ଫୋନ ସମେତ କେନାଲ ତଳ ପାହାଚ ରେ ପଡ଼ିଥିବା ତାଙ୍କ ଚପଲ କୁ ଜବତ କରିଥିଲା ପୋଲିସ୍। ଦୀର୍ଘ ଦୁଇ ଦିନ ଧରି ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ଓ ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା। ଆଜି ସୋମବାର ସକାଳେ ବାଲିମେଳା NAC ର ୧୨ନମ୍ବର ୱାର୍ଡ ପଦରିଆ ସାହି ରେ ବସବାସ କରୁଥିବା ଲୋକ ମନେ ଉକ୍ତ ସାହି ପାର୍ଶ୍ଵ ଦେଈ ପ୍ରବାହିତ ହେଉଥିବା କେନାଲ କୁ ଗାଧେଇବାକୁ ଯାଇଥିଲେ, ଉକ୍ତ କେନାଲ ପାଣି ରେ ଜଣେ ବ୍ୟକ୍ତି ଙ୍କ ମୃତ ଶରୀର ଭାସୁଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କ ରେ ସେମାନେ ତୁରଂତ ଓରକେଲ ପୋଲିସ କୁ ସୂଚନା ଦେଈ ଥିଲେ ସୂଚନା ପାଇ ଓର୍କେଲ୍ ଥାନା ଅଧିକାରୀ ଜୋନ ଖୁଜୁରୁ ଙ୍କ ନେତୃତ୍ୱ ରେ SI କୃଷ୍ଣ ସାହା ଓ ଅନ୍ୟ ପୋଲିସ୍ କର୍ମଚାରୀ ମନେ ଆଜି ଘଟଣା ସ୍ଥଳରେ ପହଞ୍ଚିଥିଲେ। କେନାଲ ରେ ପ୍ରବାହିତ ହେଉଥିବା ପାଣି ରେ ସୁଅ ଥିବାରୁ ଉକ୍ତ ଶବ ପାଣି ସୁଅ ରେ ସର୍ଲୋକଣ୍ଡା ବ୍ୟାରେଜ୍ ଆଡ଼କୁ ଭାସି ପଳାଇଥିଲା । ସୂଚନା ପାଇ କୋରୁକୋଣ୍ଡା ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ସୋର୍ଲୁକୋଣ୍ଡା ଵ୍ୟାରେଜ୍ ଠାରେ ପହଞ୍ଚିଥିଲେ। ପୋଲିସ ଓ ଅଗ୍ନି ଶ୍ରମ ବିଭାଗ ମିଳିତ ଭାବେ ଏକ ମୋଟର ବୋଟ ସାହାଯ୍ୟ ରେ କେନାଲ ର କିଛି ଦୂର ଆଗକୁ ଯିବା ପରେ ପାଣି ରେ ଭାସୁଥିବା ସିକ୍ୟୁରିଟି ଗାର୍ଡ ମାନସ ଙ୍କ ମୃତ ଶରୀର କୁ ପାଣି ଭିତରୁ ଉଦ୍ଧାର କରି କୂଳ କୁ ଆଣିଥିଲେ। ଏ ନେଇ ଓରକେଲ୍ ଥାନା ରେ ୩୧/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ପୋଲିସ୍ ପକ୍ଷ ରୁ ରୁଜୁ କରାଯାଇଥିବା ଥାନା ଅଧିକାରୀ ଜୋନ ଖୁଜୁରୁ କହିଛନ୍ତି। ପୋଲିସ ର ପ୍ରାଥମିକ ତଦନ୍ତ ପରେ ମାନସ ଙ୍କ ମୃତ ଶରୀର କୁ ଶବ ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଥିଲା । ତେବେ କେଉଁ କାରଣରୁ ମାନସ ଙ୍କ ମୃତ୍ୟୁ ଘଟିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣା ପଡ଼ିବ ବୋଲି ପୋଲିସ୍ କହିଛି।

related posts

Leave a Comment