Home Breaking News / ତାଜା ଖବର ବ୍ୟାଙ୍କ ଓ ଜନ ସେବା କେନ୍ଦ୍ରରୁ ଡକାୟତି

ବ୍ୟାଙ୍କ ଓ ଜନ ସେବା କେନ୍ଦ୍ରରୁ ଡକାୟତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ସାଲେପୁର ଏବଂ ନେମାଳ ଥାନା ରେ ଘଣ୍ଟାଏ ମଧ୍ୟରେ ସିରିଏଲ୍ ଡକାୟତି। ଦିନ ପ୍ରାୟ ୧:୩୦ ରେ ଫାଇନାନ୍ସ ବ୍ୟାଙ୍କରୁ ଡକାୟତି ଓ ଠିକ୍ ଘଣ୍ଟାଏ ପରେ ଅର୍ଥାତ୍ ଅପରାହ୍ନ ୨:୩୦ ରେ ଜନ ସେବା କେନ୍ଦ୍ର ରୁ ଡକାୟତି କରି ଛୁ ମାରିଲେ ଲୁଟେରା। ସାଲେପୁର ମୁଖ୍ୟ ବଜାର ରେ ଥିବା ଉତ୍କର୍ଷ ସ୍ମଲ୍ ଫାଇନାସ ବ୍ୟାଙ୍କ ଭିତରୁ ବନ୍ଧୁକ ମୁନରେ ୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ଡକାୟତି ହୋଇଥିବା ବେଳେ ଅନୁରୂପ ଭାବେ ନେମାଳ ଥାନା ତରତ ଗାଁ ରେ ଥିବା ସହଜ ଜନ ସେବା କେନ୍ଦ୍ର ରେ ହୋଇଛି ଡକାୟତି। ବ୍ୟାଙ୍କ ରୁ ତିନି ଜଣ ଜଣ ଦୃବର୍ତ୍ତ ବାଇକ ରେ ମୁଖା ପିନ୍ଧି ଆସି ବ୍ୟାଙ୍କ୍ କର୍ମଚାରୀ ଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଇ ପଳାଇ ଯିବାର ଏକ ଘଣ୍ଟା ପରେ ତରତ ସ୍ଥିତ ଜନ ସେବା କେନ୍ଦ୍ର କୁ ୩ ଜଣ ବାଇକ୍ ରେ ମୁଖା ପିନ୍ଧି ଆସି ଯୋର ଜବରଦସ୍ତ ଜନ ସେବା କେନ୍ଦ୍ର ଙ୍କ ମାଲିକ ଙ୍କ ଘରେ ପଶି ଡକାୟତି କରିଥିଲେ। ଉକ୍ତ ଦୁର୍ବୃତ୍ତ ଘରେ ପ୍ରଥମେ ମାଲିକଙ୍କ ପତ୍ନୀ ଙ୍କୁ ଦଉଡ଼ି ରେ ବାନ୍ଧି ଦେବା ସହ ପରିବାର ଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ସେବା କେନ୍ଦ୍ର ରେ ଥିବା ୩ ଲକ୍ଷ ୨୦ ହଜାର ଟଙ୍କା ମୋବାଇଲ, କଂପ୍ୟୁଟର ର ହାର୍ଡ ଡିସ୍କ ଓ କିଛି ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ନେମାଳ ଥାନା ରେ ହୋଇଛି। ସାଲେପୁର ଠାରେ ହୋଇଥିବା ଡକାୟତ ଘଟଣା ରେ ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀ ପହଞ୍ଚି ତଦନ୍ତ କରିଥିବା ବେଳେ ତରତ ଠାରେ ଘଟିଥିବା ଡକାୟତି ଘଟଣାରେ ନେମାଳ ଥାନା ଅଧିକାରୀ ଉମେଶ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ବ୍ୟାଙ୍କର ଜଣ ଜଣ କର୍ମଚାରୀଙ୍କୁ ପୋଲିସ ଘଟଣା ସମ୍ପର୍କରେ ପଚରା ଉଚରା ଜାରି ରଖିବା ସହ ସିସିଟିଭିକୁ ମଧ୍ୟ ଯାଂଚ କରୁଛି। କିନ୍ତୁ ତରତ ଜନ ସେବା କେନ୍ଦ୍ର ରେ ଲାଗିଥିବା ସିସିଟିଭି ଟି ୪/୫ ଦିନ ହେବ ଖରାପ୍ ଥିବାରୁ ଏଥିରେ ଲୁଟେରା ମାନଙ୍କ ଗତିବିଧି ରେକର୍ଡ ହୋଇନାହିଁ। ଗୋଟିଏ ଦିନରେ ପୁଣି ଏକ ଘଣ୍ଟା ମଧ୍ୟରେ ଘଟି ଯାଇଥିବା ଦୁଇ ଦୁଇଟି ଡକାୟତି ଘଟଣାରେ ପୋଲିସ ର ନିଦ ହଜିଯାଇଥିବା ବେଳେ କେତେ ଶୀଘ୍ର ଡକାୟତ ଓ ଲୁଟ୍ ହୋଇଥିବା ଟଙ୍କା ଓ ସାମଗ୍ରୀ କୁ ଉଦ୍ଧାର କରୁଛି ପୋଲିସ ତାହା ଉପରେ ଏବେ ସମସ୍ତଙ୍କର ନଜର।

related posts

Leave a Comment