ଫୁଲବାଣୀ-18/10( ସୁନୀଲ ପଟନାୟକ) ପ୍ରତିବର୍ଷ ସଚେତନତା ଅଭାବରୁ କିମ୍ବା ବନ କର୍ମଚାରୀ ଙ୍କ ଅବହେଳା ହେଉ ନିଆଁ ଲାଗି ମୂଲ୍ୟବାନ ଜଙ୍ଗଲ ସବୁ ନଷ୍ଟ ହେବା ସହ ଜୀବ ଯନ୍ତୁ ମାନେ ମଧ୍ୟ ଅସୁରକ୍ଷିତ ହୋଇପଡୁଛନ୍ତି।
ଆଉ ଜଙ୍ଗଲ ରେ ଥିବା ମୂଲ୍ୟବାନ ଗଛସବୁ ନଷ୍ଟ ହୋଇଥାଏ। ହେଲେ ନିଆଁ ଲାଗିଲେ ଏହା ଯେପରି ନ ବ୍ୟାପିବ ଓ ଜଙ୍ଗଲ ମଧ୍ଯ ଯେପରି ନଷ୍ଟ ନହେବ ସେଥିପାଇଁ ବାଲିଗୁଡ଼ା ଡ଼ିଏଫଓବିଶ୍ୱରାଜ ପଣ୍ଡା ନିଆଁକୁ ଆୟତ କରିବାପାଇଁ ରିଙ୍ଗ ଓ ଷ୍ଟ୍ରିପ ମେଥଡ଼ ଆପଣା ଇବା ଲାଗିଚିନ୍ତା କରୁଥିବା ଜଣା ପଡ଼ିଛି l ସେହିପରି ମୂଲ୍ୟ ବାନ ଜଙ୍ଗଲ ଯେପରି ସୁରକ୍ଷା ହେବା ସହ ଜଙ୍ଗଲ ଯେପରି ବୃଦ୍ଧି ପାଇବ ସେଦିଗରେ ବ୍ୟାପକ ଉଦ୍ୟମ କରୁଛନ୍ତି ଡିଏଫ୍ ଓ ଶ୍ରୀ ପଣ୍ଡା l ବିଭାଗ ରେ କାର୍ଯ୍ୟରତ ବନରଖି ଠାରୁ ଆରମ୍ଭ କରି ରେଞ୍ଜର ଓ ସମସ୍ତ କର୍ମଚାରୀ ନିଜ ଦାଇତ୍ୱ କୁ ନିଷ୍ଠା ଓ ଆନ୍ତରିକତାର ସହ ପାଳନ କଲେ ଜଙ୍ଗଲ ସୁରକ୍ଷା ହୋଇପାରିବା ସହ ବନ୍ୟପ୍ରାଣୀ ସୁରକ୍ଷିତ ରହିପାରିବେ ବୋଲି ଡି ଏଫ ଓ ପଣ୍ଡା ପରାମର୍ଶ ଦେଇଛନ୍ତି lଡି ଏଫ ଓ ବିସ୍ବରାଜ ପଣ୍ଡା ଙ୍କ ନିଷ୍ଠା, ଆନ୍ତରିକତା, ଓ ଉନ୍ନତ ଜ୍ଞାନ କୌଶଳ ଫଳରେ ଦାଇତ୍ୱ ଗ୍ରହଣ କରିବାର କମ ଦିନରେ ବାଲି ଗୁଡା ବନାଞ୍ଚଳ ରେ ଚୋରା କାଠ ମାଫିଆ ମାନେ ସା ବା ଡ଼ ହେବା ସହ ଜଙ୍ଗଲ ସୁରକ୍ଷା ସଂଭଵ ହୋଇଛି l
ସୂଚନା ଯୋଗ୍ୟ ଯେ ବାଲିଗୁଡା ବନଖଣ୍ତ ଅଧିନରେ ୫୬୨୭.୪୫ ବର୍ଗ କିଲୋମିଟର ଘଞ୍ଚ ଜଙ୍ଗଲ ରହିଛି। ‘ସେହିପରି ବାଲିଗୁଡ଼ା ଡିଭିଜନ ଅଧିନରେ ବାଲିଗୁଡ଼ା, କ’ନୁଆଙ୍ଗା, ତୁମୁଡିବନ୍ଧ, କୋଟଗଡ,ବେଲଘର, ସିମନବାଡି, ବ୍ରାହ୍ମଣୀଗାଁ ଆଦି ୭ଟି ଜଙ୍ଗଲ ବିଭାଗ ରେଞରହିଛି. I
ଗତ ୨୦୧୮ ମସିହାରେ ଡିଭିଜନ୍ ରେ ୨୩୯୮ ଫାୟାର ପଏଣ୍ଟ ଥିବାବେଳେ ବର୍ତମାନ ଏହା ହ୍ରାସ ଯାଇ ୨୦୨୧ ବର୍ଷ ରେ ୧୨୦୭ଫାୟାର ପଏଣ୍ଟ କୁ ହ୍ରାସ ପାଇଥିବା ବିଭାଗ ସୁତ୍ରରୁ ଜଣାପଡିଛି।
ସେହିପରି ବନ ସଂରକ୍ଷଣ କମିଟିମାନ ଗଠନ କରି ଲୋକଙ୍କୁ ଜଙ୍ଗଲ ସୁରକ୍ଷାକରିବା, ବୃକ୍ଷ ରୋପଣ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା . ବନ୍ୟଜନ୍ତୁ ସୁରକ୍ଷାକରିବା ସଂପର୍କରେ ଜନସଚେତନ କରିବା ପାଇଁ ଏହି ଡିଭିଜନରେ ୨୪ ଟି ଫରେ ଷ୍ଟ ସେକସେ ନରହିଛି ଓ ୭୫ଟି ଫରେଷ୍ଟ ବିଟ ହାଉସ ମଧ୍ୟ ରହିଛି।
ସେଠାରେ ୨୪ଘଣ୍ଟା କର୍ମଚାରୀମାନେଡ୍ୟୁଟିରେ ରହି କାର୍ଯ୍ୟ କରିଥାନ୍ତି l
ତେବେ ସେ ଯାହା ହେଉନା କାହିଁ କି ବିଭାଗୀୟ ଡିଏଫଓ ଶ୍ରୀ ପଣ୍ଡା ଙ୍କ ନୂତନ ଓ ଅଭିନବ ଚିନ୍ତାଧାରା ଜଙ୍ଗଲସୁରକ୍ଷା ଓ ବୃଦ୍ଧି କରିବାରେ ସମର୍ଥ ହୋଇପାରିଛି। ଯାହାକି ଜିଲ୍ଲା ର ବୁଦ୍ଧିଜିବୀ ଓ ପରିବେଶବିତମାନେ ଉଚ୍ଚ ପ୍ରସଂଶା ମଧ୍ୟକରିଛନ୍ତି। ଆଗାମୀ ଦିନରେ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ଓ ସୁରକ୍ଷାହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବାବିଭାଗୀୟ ଡି ଏଫ ଓ କହିଛନ୍ତି ।
ଜଙ୍ଗଲ ସୁରକ୍ଷା ଦିଗରେ ବାଲିଗୁଡା ବନ ବିଭାଗର ଅଭିନବ ପଦକ୍ଷେପ
Share with
previous post