Home Breaking News / ତାଜା ଖବର ସାବଧାନ ରୁହନ୍ତୁ: ଏହିସବୁ ଜିନିଷ ହାତରୁ ଖସିପଡ଼ିଲେ ଅଶୁଭ ମାଡ଼ିଆସେ…

ସାବଧାନ ରୁହନ୍ତୁ: ଏହିସବୁ ଜିନିଷ ହାତରୁ ଖସିପଡ଼ିଲେ ଅଶୁଭ ମାଡ଼ିଆସେ…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମକରିବା ସମୟରେ ଜାଣତରେ ବା ଅଜାଣତରେ ହେଉ, ଆମ ହାତରୁ କିଛି ଜିନିଷ ଖସିପଡ଼ିଥାଏ |ଖସିଯାଇଥିବା ଜିନିଷ ପ୍ରତି ଆମେ ସାଧାରଣତଃ ଧ୍ୟାନ ଦେଇନଥାଉ |କିନ୍ତୁ ଏହି ଛୋଟ ଛୋଟ ଘଟଣା, ଭବିଷ୍ୟତରେ ହେବାକୁଥିବା ଅଶୁଭ ସମ୍ପର୍କରେ ସୂଚନା ଦେଇଥାଏ |ତେବେ ଆଜି ଜାଣିବା କେଉଁ ଜିନିଷ ହାତରୁ ଖସିପଡ଼ିଲେ କେଉଁ ଦୁର୍ଘଟଣା ଘଟେ |
ଖୁଚୁରା ପଇସା :ଯଦି ହଠାତ କାହା ହାତରୁ ଖୁଚୁରା ପଇସା ଖସିପଡ଼େ ତେବେ ତାକୁ ଅଶୁଭ ସଂକେତ ବୋଲି କୁହାଯାଏ |ଏପରି ହେବାଦ୍ବାରା ମା ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ ଅପ୍ରସନ୍ନ ହୁଅନ୍ତି |ତେଣୁ ଯଦି ଏପରି ବାରମ୍ବାର ଘଟୁଛି ତେବେ ଆପଣ ସେହି ପଇସାକୁ ତଳୁ ଉଠାଇ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ନିଜ ମୁଣ୍ଡରେ ମାରନ୍ତୁ |ଏହାଦ୍ୱାରା ଏହି ବିପଦରୁ ଆପଣ ରକ୍ଷା ପାଇଯିବେ |

ପୂଜାଥାଳି : ପୂଜାଥାଳି ବା ଦୀପ |ଅନେକ ସମୟରେ ପୂଜା କରୁଥିବା ସମୟରେ ପୂଜା କରୁକରୁ ଥାଳି ଖସିଯାଇଥାଏ କିମ୍ବା ଦୀପ ଲିଭିଯାଇଥାଏ |ବସ୍ତୁଶାସ୍ତ୍ର ଅନୁଯାୟୀ ଏହା ଭବିଷ୍ୟତରେ ହେବାକୁ ଥିବା କିଛି ବଡ଼ ଦୁର୍ଘଟଣାର ସଂକେତ ଦେଇଥାଏ |ଏହି ଘଟଣାକୁ ଅଣଦେଖା ନକରି ଭଗବାନଙ୍କୁ ସ୍ମରଣ କରନ୍ତୁ |
ପଣିଭର୍ତ୍ତୀ ଗ୍ଲାସ : ଯଦି ଆପଣଙ୍କ ହାତରୁ ପାଣି ଭର୍ତ୍ତି ଥିବା ଗ୍ଲାସ ବା ପାତ୍ର ଖସିପଡ଼େ ତେବେ ସତର୍କ ହୋଇଯାନ୍ତୁ, କାରଣ ଏହା ଭବିଷ୍ୟତରେ ହେବାକୁ ଥିବା ରୋଗ ବ୍ୟାଧି ର ସଂକେତ ଦେଇଥାଏ |

ସିନ୍ଦୁର : କୌଣସି ବିବାହିତା ମହିଳା ସିନ୍ଦୁର ଲଗାଉଥିବା ବେଳେ ଯଦି ତାଙ୍କ ହାତରୁ ସିନ୍ଦୁର ଫରୁଆ ଖସିପଡ଼େ, ତେବେ ତାଙ୍କ ସ୍ୱାମୀଙ୍କ ଉପରେ କୌଣସି ମହାବିପତ୍ତି ଆସିବାର ସମ୍ଭାବନା ରହିଥାଏ |ସେଥିପାଇଁ ସିନ୍ଦୁର ଲଗାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ |

ସୁନାଗହଣା : ସୁନାଗହଣା ପିନ୍ଧୁଥିବା ସମୟରେ ଯଦି ସୁନାଗହଣା ହାତରୁ ଖସି ତଳେ ପଡ଼ିଯାଏ ତେବେ ଏହା ବହୁତ ଅଶୁଭ ଲକ୍ଷଣ ହୋଇଥାଏ |ଏପରି ହେବାଦ୍ବାରା ପତି ଓ ପତ୍ନୀଙ୍କ ଭିତରେ ଫାଟ ସୃଷ୍ଟି ହୋଇଥାଏ |

related posts

Leave a Comment