ପେନସନ ଖଣ୍ଡେ ଆବେଦନ କରିବାକୁ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ ହିତାଧିକାରୀ | ଆବେଦନ ସମୟରେ ଦୁର୍ବ୍ୟବହାର କଲେ ବିଡ଼ିଓ | ପ୍ରତିବାଦ ସ୍ୱରୂପ ବ୍ଲକ ବାରଣ୍ଡାରେ ବସିଲେ | ବିଡ଼ିଓଙ୍କ କାର୍ଯ୍ୟକୁ ନେଇ ଚାରିଆଡେ ଅସନ୍ତୋଷ | ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ | ସୋମବାର ଚେରଚେଟ୍ଟା ପଂଚାୟତର ହିତାଧିକାରୀ ମାନେ ପେନସନ ପାଇବା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ | ଆବେଦନ ସମୟରେ ବିଡ଼ିଓ ରଞ୍ଜିତା ମଲିକ ହଟାତ ଆସି ହିତାଧିକାରୀ ମାଙ୍କ ଉପରେ ବର୍ଷି ଥିଲେ | ବାହାରକୁ ଯାଅ ବାହାରକୁ ଯାଅ ବୋଲି ଘଉଡ଼ାଇ ବ ସହ କରୋନା କଣ ସରିଗଲାଣି ବୋଲି ପ୍ରଶ୍ନ କରିଥିଲେ? ଯାହାକୁ ନେଇ ଅସନ୍ତୋଷ ହିତାଧିକାରୀ ମାନେ ବ୍ଲକ ବାରଣ୍ଡାରେ ବସି ପ୍ରତିବାଦ କରିଥିଲେ | ଏ ନେଇ ବିଡ଼ିଓ ଙ୍କ କହିବା ଅନୁଯାଇ ସେ କୌଣସି ଦୁର୍ବ୍ୟବହାର କରିନାହାନ୍ତି | ଅଧେ ଅଧେ ଲୋକ ଆସିବାକୁ କହିଥିବା କହିଛନ୍ତି | ଘଟଣାକୁ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର, ଶେଖ ଆକବର ହୁସେନ ସହ ସୁକାନ୍ତ ନାଗ ପ୍ରମୁଖ ବିରୋଧ କରିବା ସହ ପ୍ରଶାସନ ଅଧିକାରୀଙ୍କ ବ୍ୟବହାର ନିନ୍ଦନୀୟ ବୋଲି କହିଛନ୍ତି | ସବୁବେଳେ ବିଡ଼ିଓ ଲୋକଙ୍କୁ ଏପରି ବ୍ୟବହାର କରୁଥିବାରୁ ସାଧାରଣରେ ମଧ୍ୟ ନିନ୍ଦା କରାଯାଉଛି
ପେନସନ ଆବେଦନ ପାଇଁ ଆସିଥିବା ହିତାଧିକାରୀଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର
Share with
previous post