Home Breaking News / ତାଜା ଖବର ବେଲିଆପାଳର ମା ଦକ୍ଷିଣକାଳୀଙ୍କ କଳସ ଯାତ୍ରାରେ ଯୋଗଦେଲେ ବିଧାୟକ ଦେବୀ ମିଶ୍ର

ବେଲିଆପାଳର ମା ଦକ୍ଷିଣକାଳୀଙ୍କ କଳସ ଯାତ୍ରାରେ ଯୋଗଦେଲେ ବିଧାୟକ ଦେବୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତିଶ୍ୱର ରଣା): ବଡମ୍ବାର ବେଲିଆପାଳ ଗ୍ରାମର ମା ଦକ୍ଷିଣକାଳୀ ମନ୍ଦିରର ଉତ୍ସବରେ ନୂତନବିଗ୍ରହ ସ୍ଥାପନା, କଳସ ଯାତ୍ରା ତଥା ନୂତନ ଭାବେ ନିର୍ମିତ ହେଉଥିବା ମା ମଙ୍ଗଳା ମନ୍ଦିରର ରତ୍ନମୁଦି ଓ ସେ ଉପଲକ୍ଷେ ହୋମ ଅନୁଷ୍ଠାନ ହୋଇଥିଲା । ଏଥିରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର,ବଡମ୍ବା ବିଜେଡି ସଭାପତି ଶ୍ରୀ ରବୀନ୍ଦ୍ର ସାହୁ, ଶ୍ରୀ ରଜନୀ ବଳବନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ମହିଳା, ଯୁବକ ଓ ଗ୍ରାମବାସୀ ମାନେ ଏକ ଭାବା ଉଦ୍ଦୀପକ ପରିବେଶରେ ସଂକୀର୍ତ୍ତନ କଳସ ଯାତ୍ରା ସଂପନ୍ନ କରିଥିଲେ।

ଏଥିରେ ଗ୍ରାମର ସର୍ବଶ୍ରୀ କୈଳାସ ବେହେରା , ଗଙ୍ଗାଧର ଦାସ, ସନ୍ତୋଷ ପଣ୍ଡା ମାଗୁଣି ରାଉତ, କାମଦେବ ସାହୁ, ମୁନା ରାଉତ, ରାଜୀବ ପଣ୍ଡା, କୁଳମଣି ରାଉଳ, ବସନ୍ତ ରାଉଳ, ସତ୍ୟ ସାହୁ ପ୍ରମୁଖ ସାହି, କମିଟି ଯୁବ କର୍ମକର୍ତ୍ତା ପରିଚାଳନା କରିଥିଲେ। ଯୁବନେତା ଦେବାଶିଷ ବରାଡ଼, ଓମ ପ୍ରକାଶ ବଳବନ୍ତରାୟ , ହରିଜନ ସାହିର ପାରମ୍ପରିକ ବାଦ୍ୟଦଳ ପ୍ରମୁଖ ଗ୍ରାମବାସୀ ସୁବାସ, ପୀତବାସ, ବିନୋଦ ପ୍ରମୁଖ ଉପସ୍ଥିତ ଥିଲେ।

related posts

Leave a Comment