Home Breaking News / ତାଜା ଖବର ମିନାଝୁଲା ଶୈବ ପୀଠରେ ଜନ କଲ୍ୟାଣ କମିଟିର ବୈଠକ

ମିନାଝୁଲା ଶୈବ ପୀଠରେ ଜନ କଲ୍ୟାଣ କମିଟିର ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୭/୧୦-(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଉପାନ୍ତ ଗୁଡରି ଓ ଚନ୍ଦ୍ରପୁର ବ୍ଲକ ର ସୀମାନ୍ତରେ ଥିବା ବଂଶୀଧରା ନଦୀ ସହ ଚାଉଳ ଧୁଆ ଓ ଫଳ ଫଳିଆ ନଦୀର ଦିବ୍ୟ ସଙ୍ଗମ ସ୍ଥଳି ରେ ଆଜି ସକାଳ ୧୦ ଟା ସମୟରେ ମିନାଝୁଲା ଜନ କଲ୍ୟାଣ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱେରେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆ ଯାଇଛି। ସେଗୁଡିକ ହେଲା ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଁ ଦାବୀ ଉପସ୍ଥାପନା କରିବା ଓ ସ୍ଥାନୀୟ ସ୍ତରରେ ପ୍ରୟାସ କରିବା, ଯାତ୍ରୀଙ୍କ ସୁବିଧା ପାଇଁ ଏକ ପାନ୍ଥ ଶାଳା ର ନିର୍ମାଣ କରାଇବା,ନିତ୍ୟ ଦାତବ୍ୟ ଭୋଜନାଳୟ କରିବା ଯେପରିକି କେହି ବିନା ଅନ ପ୍ରାସାଦରେ ନ ଫେରନ୍ତି, କାର୍ତ୍ତିକ ମାସରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ଯୋଜନା କରିବା, ଏହା ଏକ ସଙ୍ଗମ ସ୍ଥଳି ଯୋଗୁଁ ଆଗାମୀ ଦିନରେ ଏଜି ଜାଗାରେ ଏକ ପୁସ୍କର ମେଳା କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଥିଲେ। ଏହି ବୈଠକରେ ପୂର୍ବତନ ସାଂସଦ ହେମା ଗମାଙ୍ଗ, ଚନ୍ଦ୍ରପୁର ବ୍ଲକର ବିଶ୍ବହିନ୍ଦୁ ସଭାପତି ଦ୍ରୋଣ ଶବର, ସମ୍ପାଦକ ପ୍ରମୋଦ ସାହୁକାର, ସହଯୋଗୀ ସତୀଶ, ବୁଲୁ ଭାଇ ଓ ୫୦ ରୁ ଉର୍ଦ୍ଧ ଲୋକ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

related posts

Leave a Comment