Home Breaking News / ତାଜା ଖବର କେରଳ ରାଜ୍ୟକୁ କାମ କରିବାକୁ ଯାଇ ଦାଦନ ଶ୍ରମିକଙ୍କ ମୃତ୍ୟୁ ଗାଁରେ ଖେଳିଗଲା ଶୋକର ଛାୟା

କେରଳ ରାଜ୍ୟକୁ କାମ କରିବାକୁ ଯାଇ ଦାଦନ ଶ୍ରମିକଙ୍କ ମୃତ୍ୟୁ ଗାଁରେ ଖେଳିଗଲା ଶୋକର ଛାୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୭/୧୦-(ଧନେଶ୍ବର ରାଉତ)-ମହାମାରି କୋରନା ପାଇଁ ସମସ୍ତଙ୍କ ପେଟପାଟଣା ର ଚିନ୍ତା ଘାରିଛି। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଉତ୍କଳ ଆଲୁମିନା କଳକାରଖାନା ଥିବା ବେଳେ ଅଞ୍ଚଳ ବାସୀ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଉଛନ୍ତି। କମ୍ପାନୀ ମାନେ ମଧ୍ୟ ଉପଯୁକ୍ତ ପ୍ରାପ୍ୟ ମିଳୁନଥିବା ବେଳେ। କେତେକଙ୍କ ଦୁର୍ଘଟଣା ଘଟି ଜୀବନ ଚାଲିଯାଉଛି ବେଳେ ବେଳେ କେତେଜଣ ଅକର୍ମଣ୍ୟ ହୋଇ ରହି ଯାଉଛନ୍ତି। ଏହି ପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଖୁରିଗାଁ ପଞ୍ଚାୟତ ଅମରସିଙ୍ଗଗୁଡା ଗ୍ରାମରେ। ଏହି ଗ୍ରାମର କୃଷ୍ଣ ନାଏକ ପେଟପାଟଣା ପାଇଁ କେରଳ ରାଜ୍ୟ କୁ ଯାଇଥିଲା। ଭାଗ୍ୟର ବିଡମ୍ବନା କାମ ଅନ୍ବେଷଣରେ ବୁଲୁଥିବା ସମୟରେ ଏକ ଗାଡ଼ି ଧକ୍କାରେ ଗୁରୁତର ହୋଇ ଏମ ଜି କଭୂ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୂତ୍ୟୁର ଖବର ଶୁଣି ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତିଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇ ଥିବାରୁ କିପରି ଶବ ଗ୍ରାମକୁ ଅଣାଯିବ ଗାଁରେ ଭାଳେଣୀ ପଡ଼ିଯାଇଛି। ଜିଲ୍ଲା ପ୍ରଶାସନ ଏବିଷୟରେ ଧ୍ୟାନ ଦେଇ ଶବଟିକୁ ଗାଁ କୁ ଆଣି ପରିବାର କୁ ଓ ପୋରିବାର କୁ କ୍ଷତିପୂରଣ ଦେବାପାଇଁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି। ପ୍ରକାଶ ଥାଉକି ଉତ୍କକ ଆଲୁମିନା କମ୍ପାନୀ ଆସିବା ପରଠାରୁ ଏଭଳି ଦାଦାନ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଅଂଚଳର ଲୋକ କହିଛନ୍ତି। 90 ଦଶକରେ ଯେତେବେକେ ଜମ୍ପାନୀ ଆସିବ ବୋଲି କିଛି ଲୋକ ବିରୋଧ କରି ନିଜ ଜୀବନକୁ ବାଜି ଲଗାଇ ବଳିଦାନ ଦେଇଥିଲେ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି। କିନ୍ତୁ ସରକାରୀ କକ ଓ କିଛି ମୁଷ୍ଟିମେୟ ଲୋକ ଏକଥା ବୁଝି ପାରି ନଥିଲେ। ତାର ଫଳ ଏହି ମାଟିର ସୁପୁତ୍ର ମାନଙ୍କୁ ସୁଝିବାକୁ ପଡୁଛି। ସ୍ଥାନୀୟ ଲୋକ ଭାବୁଥିଲେ କି କମ୍ପାନୀ ହେଲେ ସମସ୍ତେ ସୁବିଧା ପାଇବେ କିନ୍ତୁ ଲୋକଙ୍କୁ ଭକୁଆ ବନେଇ ବାହାର ଲୋକଙ୍କୁ ନିଯୁକ୍ତି ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

related posts

Leave a Comment