Home Breaking News / ତାଜା ଖବର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଙ୍କ ଜନ୍ମ ଦିନରେ ଓଡ଼ିଶାର ରାୟଗଡର ବି କାନ୍ତରାଓ ପାଇଲେ ସେବାପାଇଁ ଡକଟେରେଟ ଉପାଧି

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଙ୍କ ଜନ୍ମ ଦିନରେ ଓଡ଼ିଶାର ରାୟଗଡର ବି କାନ୍ତରାଓ ପାଇଲେ ସେବାପାଇଁ ଡକଟେରେଟ ଉପାଧି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୭/୧୦-(ଧନେଶ୍ବର ରାଉତ) ଓଡ଼ିଶାର କେତେଜଣ ମହାନ ବ୍ୟକ୍ତି ମିସାଇଲ ମ୍ୟାନ ଭାବେ ପରିଚିତ କଲାମ ଙ୍କ ଜନ୍ମ ଦିନରେଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି ତାମିଲନାଡୁ ଆନୁକୁଲ୍ୟରେ ଏକ ମିଳିତ ସଭାରେ ଡଃ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଅବସରରେ ପୂର୍ବ ଦିନ ୧୪.୧୦.୨୦୨୧ ଦିନ ୧୦ ଘଣ୍ଟା ସମୟରେ ତାମିଲନାଡୁର ମଦୁରାଇ ସହର ର ପୋପୀ ହୋଟେଲ ରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ସେବା କ୍ଷେତ୍ରରେ ନବ ଭାରତ ନିର୍ମାଣ ସେବା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ବୋମାଲି କାନ୍ତରାଓ ଙ୍କୁ ମନୋନୀତ କରାଯାଇ ଆମନ୍ତ୍ରିତ କରି ସେଠାରେ ସଂମାନିତ କରାଯାଇଛି। ଉକ୍ତ ସମାରହରେ ଅନେକ ରାଜ୍ୟ ରୁ ଆସିଥିବା ସମ୍ମାନିତ ବ୍ୟକ୍ତି ଙ୍କୁ ଡକ୍ଟରେଟ ଉପାଧି ରେ ସମ୍ମାନିତ କରାଯାଇଥିଲା। ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଦୁଇ ଜଣ ସାମାଜିକ ସେବା ପାଇଁ ଡକ୍ଟରେଟ ଉପାଧି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଓଡ଼ିଶାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର ଶ୍ରୀ ଆଲୋକ କୁମାର ବୋଷ, ରାଜ୍ୟ ସଭାପତି, ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ , ଓଡ଼ିଶା ଓ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସହରର ଶ୍ରୀ ବୋମାଲି କାନ୍ତାରାଓ , ରାଷ୍ଟ୍ରୀୟ ଅଧ୍ୟକ୍ଷ,ନବ ଭାରତ ନିର୍ମାଣ ସେବା ପାର୍ଟି, ଭାରତ ଙ୍କୁ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ତାମିଲନାଡୁ ର ଚାନ୍ସେଲର ଡଃ ଏମ ପାଣ୍ଡିଆ ରାଜନ,କାମରାଜୁ ୟୁନଭରସିଟି, ମଦୁରାଇ ର ଅଧ୍ୟକ୍ଷ ଡ଼ଃ ଆର ସୋଲାଇମଲାଇ ଏବଂ ମୂଖ୍ୟ ଅତିଥି ଡଃ ଏକେଏନ୍ ଭାଇଥାଇୟାନାଥମ୍ ଜିଲ୍ଲା ଜର୍ଜ, ଚେନ୍ନାଇ, ଏପିଜେ ଅବଦୁଲ କଲାମ ଅନ୍ତର୍ଜାତୀୟ ଫାଉଣ୍ଡେସନର ଅଧ୍ୟକ୍ଷ ଏପିଜେ ଏମଜେ ସେଖ୍ ସଲିମ ଓ ଡଃ ବାବୁ ବାଲକୃଷ୍ଣା, ଅଧ୍ୟକ୍ଷ ୟୁନଭେରସଲ ଏଚିଭେରସ ବୁକ୍ ଅଫ୍ ରେକର୍ଡସ୍ ଙ୍କ ଦ୍ଵାରା ଗଜପତି ଜିଲ୍ଲାର ଶ୍ରୀ ଆଲୋକ କୁମାର ବୋଷ ଓ ରାୟଗଡ଼ା ଜିଲ୍ଲାର ଶ୍ରୀ ବୋମାଲି କାନ୍ତାରାଓ ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରି ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ତତ୍ ସଂଗେ ଫିଉଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୧ ପୁରସ୍କାର ମଧ୍ୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଡକ୍ଟରେଟ ପୁରସ୍କାର ଟି ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି ବିରଳ ପୁରସ୍କାର ଏବଂ ଡକ୍ଟରେଟ ଉପାଧି ପ୍ରଦାନ ରେ ଓଡ଼ିଶା ଏବଂ ଓଡ଼ିଶା ବାହାରରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଗଜପତି ର ଅନେକ ହିତାଧିକାରୀ ତାଙକୁ ଶୁଭେଚ୍ଛା ଜଣାଇଛନ୍ତି।

related posts

Leave a Comment