Home Breaking News / ତାଜା ଖବର ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ଛାତ୍ର ଦିବସ ପାଳିତ

ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ଛାତ୍ର ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୬/୧୦/-(ଧନେଶ୍ବର ରାଉତ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ଦ୍ୱାରା ଗତ ତା. ୧୫.୧୦.୨୦୨୧ ରିଖ ଶୁକ୍ରବାର ଦିନ ଅନଲାଇନ ମାଧ୍ୟମରେ ବିଶ୍ୱ ଛାତ୍ର ଦିବସ ପାଳିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥି ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରାଧିକରଣ ର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ନିଜର ବକ୍ତବ୍ୟ ରେ ପୂର୍ବତନ ଲୋକପ୍ରିୟ ରାଷ୍ଟ୍ରପତି ଶ୍ରୀ ଏ.ପି.ଜେ ଅବଦୁଲ କାଲାମ ଙ୍କ ଜିବନୀ ସଂମ୍ପର୍କରେ ଆଲୋକପାତ କରି ଆଜିର ବିଜୟା ଦଶମୀରେ ଏକ ସୁଦୃଢ, ସଶକ୍ତ ଭାରତବର୍ଷ ଗଢି ତୋଳିବାର ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ଦେୱାନୀ ବିଚରପତି ଶ୍ରୀମତି ଶତରୂପା ନିଜର ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଏ.ପି.ଜେ ଅବଦୁଲ କାଲାମ ଙ୍କ ଅଗ୍ନିର ଡେଣା ବହି ଟି ପଢିବାକୁ ପରାମର୍ଶ ଦେବା ସହ ଆଜିର ଦିବସ ପାଳନ ର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମ ରେ ସେଣ୍ଟ ଜାଭିଅର ହାଇସ୍କୁଲ, ସେକ୍ରେଡ ହାର୍ଟ ହାଇସ୍କୁଲ ଏବଂ ଆର୍‍.ଏସ୍‍.ଇ.ଡବ୍ଲୁ.ସି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ଟିକୁ ସଫଳ କରାଇଥିଲେ ।

related posts

Leave a Comment