Home Breaking News / ତାଜା ଖବର ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତ ଦାନ ଶିବିର

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତ ଦାନ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୬ ତମ ଜନ୍ମ ଦିବସ ଅବସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷ ରୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶ କ୍ରମେ
ମାହାଙ୍ଗା ବ୍ଲକ ଜେ, ଏନ, କଲେଜ ପରିସରରେ ମାହାଙ୍ଗା ବିଜେଡ଼ି ପକ୍ଷରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ।ଏଥିରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଂଯୋଜକ ରଂଜନ ବିଶ୍ବାଳ, ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମନ୍ତ୍ରୀ ପ୍ରତାପ ଜେନା ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ମୁଖ୍ୟ ମନ୍ତ୍ରୀ ଙ୍କ ଦୀର୍ଘ ଜୀବନ କାମନା କରିଥିଲେ।ଏହି ଶିବିରରେ ୨୬୫ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା। ଓଡ଼ିଶା ମୋ ପରିବାର ପ୍ରତ୍ୟେକ ଜୀବନ ମୂଲ୍ୟବାନ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କୁ ସାକାର କରିବା ପାଇଁ ଆଜି ମାହାଙ୍ଗା ବ୍ଲକ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର ଆୟାଜନ କରାଯାଇଥିଲା।କରୋନା କଟକଣା ହେତୁ ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ଅଭାବ ଦେଖା ଯାଉଥିବା ବେଳେ ମାହାଙ୍ଗା ର ଯୁବ ଛାତ୍ର ମାନେ ସେଚ୍ଛା କୃତ ରକ୍ତ ଦାନ କରିବା ପାଇଁ ଆଗେଇ ଆସିଥିବାରୁ ରକ୍ତ ଦାତା ମାନଙ୍କୁ ସ୍ଵାଗତ ଜଣାଇଥିଲେ।

related posts

Leave a Comment