Home Breaking News / ତାଜା ଖବର ଭୁଜାଲିରେ ଆକ୍ରମଣ କରି ଜଣଙ୍କୁ ହତ୍ୟା,ଅନ୍ୟ ୨ଜଣ ଆହତ

ଭୁଜାଲିରେ ଆକ୍ରମଣ କରି ଜଣଙ୍କୁ ହତ୍ୟା,ଅନ୍ୟ ୨ଜଣ ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ: ଛେଳିକୁ ବାଇକ୍‌ ଧକ୍କା ଭୁଜାଲିରେ ଅମାନୁଷିକ ଭାବେ ଆକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ-ପୁଅ ଆହତ ସହ ଅଭିଯୁକ୍ତ ଫେରାର|ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଅସନ ଗ୍ରାମରେ |ଦଶହରା ପର୍ବରେ ଉତ୍ସବ ମୁଖର ଥିଲା ବେଳେ ଘଟିଲା ଅଘଟଣ |ଏକ ପରିବାରର ତିନି ଜଣଙ୍କୁ ସ୍ଥାନୀୟ ରାଜୁ ଦାଶ ନାମକ ଜଣେ ବ୍ୟକ୍ତି ଭୁଜାଲିରେ ଆକ୍ରମଣ କରିବା ପରେ ଜଣଙ୍କର ମୃତ୍ୟୁ ହେବା ସମେତ ତାଙ୍କ ସ୍ତ୍ରୀ ଓ ପୁଅ ଗୁରୁତ୍ୱର ଆହତ ହୋଇଛନ୍ତି|ଘଟଣାକୁ ନେଇ ଅଭିଯୋଗ ପରେ ଅସ୍ତରଙ୍ଗ ଥାନାରେ ଏକ ମାମଲା ରୁଜ୍ଜୁ ହେବା ସମେତ ତଦନ୍ତ ଜାରିରହିଛି | ଅନ୍ୟପକ୍ଷରେ ଅଭିଯୁକ୍ତ ଫେରାର ଥିବାରୁ ଦୀର୍ଘ ୨୪ଘଣ୍ଟା ପରେ ବି ପୁଲିସ୍ ତାକୁ ଧରିପାରୁନି | ସୂଚନା ଅନୁସାରେ ପାଟସୁନ୍ଦରପୁର ଗାଁର ଅକ୍ଷୟ ଦାଶଙ୍କ ଛେଳି ରାସ୍ତାରେ ଚରୁଥିବା ବେଳେ ବିପରୀତ ଦିଗରୁ ଚକରା ଦାଶ ଓ କାଳୁ ଦାଶ ବାଇକରେ ଆସିବା ବେଳେ ଏକ ଛେଳି ଦେହରେ ଧକ୍କା ହୋଇଥିଲା |ଗାଡି ଧକ୍କା ହେବାକୁ ନେଇ ଉଭୟଙ୍କ ପ୍ରଥମେ ବଚସା ହେବା ପରେ ଉତ୍ତେଜନା ପରିସ୍ଥିତି ଆରମ୍ଭ ହୋଇଯାଇଥିଲା | ବାଇକ ଚାଳକ ତାଙ୍କ ସମ୍ପର୍କୀୟ ଦାଦା ରାଜୁ ଦାସଙ୍କୁ ଡାକି ଆଣିବା ପରେ ଉତ୍ତେଜନା ପରିସ୍ଥିତି ବଢିଥିଲା | ଆକ୍ରମଣର ଶିକାର ହେଉଥିବା ଛେଳି ମାଲିକ ଅକ୍ଷୟଙ୍କୁ ଉଦ୍ଧାର କରିବାକୁ ତାଙ୍କ ସ୍ତ୍ରୀ ଓ ପୁଅ ପହଞ୍ଚି ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଆକ୍ରମଣର ଶିକାର ହୋଇଥିଲେ |
ରାଜୁ ଦାସ ଓ ଅକ୍ଷୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇ ପରିସ୍ଥିତି ଅଣଆୟତଃ ଆଡକୁ ଗତିକରିଥିଲା | ଭୁଲ୍ କରିଥିବା ଦୁଇ ଯୁବକ ଓ ରାଜୁ ଦାସ ହଠାତ୍‌ ଠେଙ୍ଗାବାଡିରେ ଅକ୍ଷୟଙ୍କୁ ଆକ୍ରମଣ କରିଥିଲେ | ସେଥିରେ ମନ ବୁଝିଲାନି ବୋଲି ରାଜୁ ଏକ ଭୁଜାଲି ଆଣି ଅମାନୁଷିକ ଭାବେ ଆକ୍ରମଣ କରିଥିଲା,ଯାହା ଉକ୍ତ ସ୍ଥାନରୁ ଖବର ମିଳିଛି | ଘଟଣା ସ୍ଥଳରେ ଅକ୍ଷୟ ଦାଶଙ୍କର ଅନ୍ତବୁଜୁଳା ବାହାରିଯିବାରୁ ସଂକଟାପନ୍ନ ହେବାରୁ ତାଙ୍କୁ କୌଣସିମତେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା | ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ସୂର୍ଯ୍ୟକାନ୍ତ ସାମନ୍ତରାୟ ତାଙ୍କୁ ମୃତ ଘୋଷଣା କରିଥିଲେ | ଅନ୍ୟପକ୍ଷରେ ଆକ୍ରମଣ ବେଳେ ମୃତ ଅକ୍ଷୟ ଦାଶଙ୍କ ସ୍ତ୍ରୀ କନକ ଲତା ଦାସ ଓ ପୁଅ ଦୀପକ ଦାସ ବି ଆହତ ହେବାରୁ ସେମାନେ ଚିକିତ୍ସାଧୀନ ରହିଛନ୍ତି | ଘଟଣାକୁ ନେଇ ଅଭିଯୋଗ ପରେ ଅସ୍ତରଙ୍ଗ ପୁଲିସ୍‌ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା ପୁଲିସ୍ |ଏ ସମ୍ପର୍କରେ ଖବର ପାଇବା ପରେ ନିମାପଡା ଡିଏସ୍‌ପି ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାର ଛାନବିନ୍ ତଦନ୍ତ କରୁଛି |ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜୁ ଫେରାର ରହିଛି ଓ ଗଣ୍ଡଗୋଳ ସାମିଲ୍ ଥିବା ତାର ସମ୍ପର୍କୀୟଙ୍କୁ ଥାନାକୁ ଡାକି ପୁଲିସ୍ ପଚରାଉଚରା କରୁଛି| ଅନ୍ୟପକ୍ଷରେ ସମ୍ପୂର୍ଣ ଘଟଣା ପୂର୍ବ ଶତ୍ରୁତାର ରାଗ ରହି ଏଭଳି ଘଟଣା ଘଟିଥିବା ନେଇ ସ୍ଥାନୀୟ ଅଞ୍ଚଳରୁ ଶୁଣିବାକୁ ମିଳୁଛି

related posts

Leave a Comment