Home Breaking News / ତାଜା ଖବର ବଜାରରୁ ପ୍ୟାକେଟ ଖାଦ୍ୟ କିଣି ଖାଉଛନ୍ତି କି, ସାବଧାନ ରୁହନ୍ତୁ, ନଚେତ ବିଷ ଚାଲିଯିବ ଆପଣଙ୍କ ପେଟକୁ: ଜାଣନ୍ତୁ କେଉଁ ଖାଦ୍ୟରେ ରହିଛି ଏମିତି ବିଷ?

ବଜାରରୁ ପ୍ୟାକେଟ ଖାଦ୍ୟ କିଣି ଖାଉଛନ୍ତି କି, ସାବଧାନ ରୁହନ୍ତୁ, ନଚେତ ବିଷ ଚାଲିଯିବ ଆପଣଙ୍କ ପେଟକୁ: ଜାଣନ୍ତୁ କେଉଁ ଖାଦ୍ୟରେ ରହିଛି ଏମିତି ବିଷ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଖାଦ୍ୟ ବଜାରରେ ବିଷ ପ୍ୟାକେଟ
ଟଙ୍କା ଦେଇ ବିଷ ଖାଉଛନ୍ତି ଆପଣ
ବାହାରକୁ ଆକର୍ଷଣୀୟ ଖାଦ୍ୟ ପୁଡିଆ । ଆପଣ ଦେଖିବା ମାତ୍ରେ ଏହାକୁ କିଣିନେବେ । ଏହାକୁ ଦେଖିବା ମାତ୍ର ଆପଣଙ୍କ ପାଟିରୁ ଲାଳ ବୋହିବ । ହେଲେ ଏପରି ଖାଦ୍ୟ ପୁଡିଆ ଭିତରେ ରହିଛି ବିଷ । ଏକଥା ଆମେ କହୁନୁ, ବର୍ତମାନ ଆସିଥିବା ସଦ୍ୟ ସର୍ଭେରୁ ଜଣାପଡିଛି ।
ବଜାରରେ ମିଳୁଥିବା ଭଳିକି ଭଳି ଖାଦ୍ୟ ପ୍ୟାକେଟ ଗୁଡିକୁ ନେଇ ଦେଖା ଦେଇଛି ଚିନ୍ତା । ଏଗୁଡିକରେ ରହିଥିବା ବିଭିନ୍ନ ଉପାଦାନ କେତେ ମାତ୍ରାରେ ରହିଛି ତାହା ଅସ୍ପଷ୍ଟ । ଏହାର ମାନ ପରୀକ୍ଷା ନେଇ କୌଣସି ବ୍ୟବସ୍ଥା ନାହିଁ । ସେଥିପାଇଁ ଏସବୁ ପ୍ୟାକେଟ ଖାଦ୍ୟ ପୁଡିଆ ଆପଣଙ୍କ ଶରୀର ପାଇଁ ବିପଦ ବନିପାରେ ।

  • ଅନେକ ପ୍ୟାକେଟ ଖାଦ୍ୟ ପୁଡିଆରେ ଲୁଣ, ଚିନି ମାତ୍ରା ସଠିକ୍ ନୁହଁ
  • ଅନେକ ଖାଦ୍ୟ ପ୍ୟାକେଟ ଉଚିତ ଢଙ୍ଗରେ ପ୍ରକ୍ରିୟାକରଣ ହୋଇନାହିଁ
  • ଅନେକ ଖାଦ୍ୟ ପୁଡିଆରେ ତିଆରି ତାରିଖ ସଠିକ୍ ରହୁନାହିଁ
  • ଏହି ଖାଦ୍ୟ ପୁଡିଆ ପାଇଁ ଆପଣ ହୋଇପାରନ୍ତି ମୋଟାପଣର ଶିକାର
  • ବିଭିନ୍ନ ପ୍ରକାର ପେଟ ରୋଗର ଶିକାର ବି ହୋଇପାରନ୍ତି
    -ପ୍ୟାକେଟ ଖାଦ୍ୟ ପୁଡିଆକୁ ନେଇ ଦେଶରେ ୮୦ ପ୍ରତିଶତ ଅଭିଭାବକ ଚିନ୍ତାରେ
    () ଦୈନିକ ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ଓ ଚିନି ଶରୀର ପାଇଁ କ୍ଷତିକାରକ ହୋଇଥାଏ । ବର୍ତମାନ ସବୁ କାମ ଚଟାପଟ କରିବା ନେଇ ଆମେ ସକାଳୁ ଆରମ୍ଭ କରି ରାତି ମଧ୍ୟରେ ଅନେକ ଖାଦ୍ୟ ପୁଡିଆକୁ ସିଧା ବଜାରରୁ କିଣି ବ୍ୟବହାର କରିଥାନ୍ତି । ଏହା ଆମର ସମୟ ବଂଚାଇ ଦିଏ, ଭୋକ ମେଂଟାଇ ଦେଇଥାଏ, କିନ୍ତୁ ଆପଣ ଏହା ଜରିଆରେ ବିଷ ଖାଉଛନ୍ତି କି ଖାଦ୍ୟ ତାହା ଜାଣିବାର କୌଣସି ବ୍ୟବସ୍ଥା ନାହିଁ । ବଜାରରେ ମିଳୁଥିବା ବିଭିନ୍ନ ବେନାମୀ କମ୍ପାନୀର ଖାଦ୍ୟ ପୁଡିଆ କିଣି ଖାଇବା ଠାରୁ ଦୂରରେ ରହିଲେ ଆପଣ ସୁସ୍ଥ ଜୀବନ ବିତାଇବେ । ନଚେତ୍ ଆପଣ ଅଜାଣତରେ ଘରକୁ ବିଷ କିଣି ଆଣିବେ, ଆଉ ଏହାର ଶିକାର ହେବ ଆପଣଙ୍କ ପରିବାର । ସରକାର ଏସବୁ ଖାଦ୍ୟ ପୁଡିଆକୁ ଯାଂଚ କରିବା ବ୍ୟବସ୍ଥା ନିହାତି ଆବସ୍ୟକ ।

related posts

Leave a Comment