Home Breaking News / ତାଜା ଖବର ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କେନ୍ଦୁଗୁଡା ଛକରେ ଶୁକ୍ରବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି | ମୃତକ ପାପଡ଼ାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମର ବାବୁଲା କୁମ୍ଭାର ଓ ଆହତ ଦିଶାରୀଗୁଡା ଗ୍ରାମର ମନ ଭତରା ବୋଲି ଜଣାପଡିଛି | ଆହତଙ୍କୁ ଗୁରୁତର ଅବସ୍ଥାରେ ଵିଶାଖାପାଟଣା ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ OD 24F 1774 ବାଇକ ଆରୋହୀ ମାନେ ଡାବୁଗାଁ ବ୍ଲକ ଝରୀଗୁଡା ଗ୍ରାମ କୌଣସି କାମରେ ଯାଇ ସନ୍ଧ୍ୟା 7ଟା ବେଳେ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା | ସ୍ଥାନୀୟ ଲୋକ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ | ଖବର ପାଇ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ମୃତ କ ଶବ ବ୍ୟବଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରାଯାଇଛି |

related posts

Leave a Comment