Home Breaking News / ତାଜା ଖବର ଆପଣଙ୍କ ପିଲା ମୋବାଇଲ ଗେମ୍ ଖେଳୁଛି କି, ଜାଣନ୍ତୁ କେମିତି ବିପଦ ମାଡି ଆସୁଛି ଆପଣଙ୍କ ଘରକୁ?

ଆପଣଙ୍କ ପିଲା ମୋବାଇଲ ଗେମ୍ ଖେଳୁଛି କି, ଜାଣନ୍ତୁ କେମିତି ବିପଦ ମାଡି ଆସୁଛି ଆପଣଙ୍କ ଘରକୁ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କିମିଆ କଲାଣି ଅନଲାଇନ ଗେମ୍‌
କାଳ ହେଲାଣି ମୋବାଇଲ ଫୋନ୍‌
କଣ ଆପଣଙ୍କ ପିଲା ମୋବାଇଲ ମାୟା ଜାଲରେ ପଡି ଗଲାଣି କି । ଆପଣ ସଚେତନ ହୁଅନ୍ତୁ, ସତର୍କ ହୁଅନ୍ତୁ । ନଚେତ୍ ଆପଣଙ୍କ ଘରକୁ ମାଡି ଆସିବ ଭୟଙ୍କର ବିପଦ । ଆପଣ ଚାହିଁଲେ ବି କିଛି କରିପାରିବେ ନାହିଁ ।

କରୋନା କାଳରେ ସରକାର ପିଲାଙ୍କ ପାଠପଢା ଜାରି ରଖିବାକୁ ଆପଣାଇଥିଲେ ଅନଲାଇନ କ୍ଲାସ ବ୍ୟବସ୍ଥା । ପିଲାମାନେ ଘରେ ରହି କୌଣସି ସ୍ଥାନକୁ ନଯାଇ ମୋବାଇଲ ଜରିଆରେ ଅନଲାଇନ କ୍ଲାସ କଲେ । କରୋନା ଭୂତାଣୁରୁ ତ ଦୂରରେ ରହିଲେ, ହେଲେ ଆଉ ଏକ ବଡ ବିପଦର ଶିକାର ବନିଗଲେ, ଘରର ଚାରି କାନ୍ଥ ଭିତରେ । ସରକାରଙ୍କ ହିସାବରେ ଅନଲାଇନ ଜରିଆରେ ତ ପାଠ ପଢା ହୋଇଗଲା । ହେଲେ ଏହା ଏବେ ଭସ୍ମାପୁର ପରି ଆପଣଙ୍କ ପରିବାର ଉପରେ ବସି ସାରିଲାଣି । ଆପଣଙ୍କ ଅଜାଣତରେ ଆପଣଙ୍କ ପିଲା ମୋବାଇଲ ଫୋନିଆର ଶିକାର ହୋଇଗଲାଣି । ଯାହାକୁ ଛଡାଇବା କଷ୍ଟକର
ମୋବାଇଲ ଫୋନିଆରେ ବିପଦ କଣ?
-ଅନଲାଇନ ପାଠ ନାଁରେ ଘଂଟା ଘଂଟା ଧରି ମୋବାଇଲ ଫୋନରେ ଗେମ୍ ଖେଳିବା
-ଦୈନିକ ମାତ୍ରାଧିକ ସମୟ ମୋବାଇଲରେ ସମୟ ପିଲାଙ୍କ ମାନସିକ ଚାପ ବଢାଇବ

  • ଅନଲାଇନ ଗେମ ଆକର୍ଷଣ ଆପଣଙ୍କ ପିଲାଙ୍କୁ ହିଂସ୍ର କରିଦେବ
    -ଦୈନିକ ଏକ ଘଂଟାର ମୋବାଇଲ ଫୋନ୍ ବ୍ୟବହାର ସ୍ମୃତି ଶକ୍ତିକୁ ପ୍ରଭାବିତ କରିବ
    -ମୋବାଇଲ ରାଡିଏସନରୁ ଆପଣଙ୍କ ପିଲାଙ୍କ ଆଖିର ଦୃଷ୍ଟି ଶକ୍ତି ହ୍ରାସ ହେବ
    -ଅନଲାଇନ ଗେମ୍ ପ୍ରତି ଆକର୍ଷଣ ବଢିଗଲେ ଏହାକୁ ଦୂର କରିବା କଷ୍ଟକର
    -ଆପଣଙ୍କ ପିଲା ମଧ୍ୟରେ ସୃଷ୍ଟି କରିବ ଆତ୍ମହତ୍ୟା ପ୍ରବଣତା
    ଯେମିତି ଜଣେ ମଦୁଆକୁ ମନ ନମିଳିଲେ ସେ ପାଗଳ ପରି ହୋଇଥାଏ, ଏହି ମୋବାଇଲ ମାୟାଜାଲରେ ପଡିବା ପରେ ଆପଣଙ୍କ ପିଲାଙ୍କ ଭିତରେ ଦେଖା ଦେବ ଭୟଙ୍କର ହିଂସ୍ର ଆଚରଣ । ମୋବାଇଲ ଗେମ୍ ଠାରୁ ଦୂରକୁ ଚାଲିଗଲେ, ବା ମୋବାଇଲ ଛଡାଇ ନିଆଗଲେ ଏହା ଆପଣଙ୍କ ପିଲାମଧ୍ୟରେ ଆତ୍ମହତ୍ୟା ପ୍ରବଣତାକୁ ଜାଗ୍ରତ କରିବ । ସବୁକିଛି ନୀରବରେ ଧୀର ଗତିରେ ଚାଲିଥିବା ଆପଣ ଏହାର ଟେର ବି ପାଇବେନି । ଗତ ୧୫ ଦିନ ଭିତରେ ରାଜ୍ୟରେ ୩ ଜଣ ଶିଶୁଙ୍କ ଆତ୍ମହତ୍ୟା ଘଟଣା ଏହାକୁ ପ୍ରମାଣ କରିଛି । ଏଣୁ ଏବେ ସମୟ ଅଛି ଆପଣ ଅନଲାଇନ କ୍ଲାସ ପାଇଁ ଆପଣଙ୍କ ପିଲାଙ୍କୁ ମୋବାଇଲ ଦେଉଥିଲେ, ସତର୍କ ହୁଅନ୍ତୁ ସେ ମୋବାଇଲରେ କେତେବେଳେ କଣ କରୁଛି, କେତେ ସମୟ ପାଠ ପଢୁଛି, କେତେ ସମୟ ଅନଲାଇନ ଗେମ୍ ଖେଳୁଛି । ନଚେତ୍ ଆପଣଙ୍କ ଘରକୁ ମାଡି ଆସିବ ଅଜଣା ବିପଦ । ସବୁ କିଛି ଛାରଖାର କରିଦେବ ।

related posts

Leave a Comment