Home Breaking News / ତାଜା ଖବର ନୂଆଗଡ଼ ଓ ଆର ଉଦୟଗିରି ବ୍ଳକରେ ବିଏଚପିର ଦୁର୍ଗାଷ୍ଟମୀ ଓ ଅସ୍ତ୍ର ପୂଜନ ଉତ୍ସବ ପାଳିତ

ନୂଆଗଡ଼ ଓ ଆର ଉଦୟଗିରି ବ୍ଳକରେ ବିଏଚପିର ଦୁର୍ଗାଷ୍ଟମୀ ଓ ଅସ୍ତ୍ର ପୂଜନ ଉତ୍ସବ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଜପତି-୧୪/୧୦-(ଧନେଶ୍ବର ରାଉତ)-ଗଜପତି ଜିଲ୍ଲାର ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଆର ଉଦୟଗିରି ଓ ନୂଆଗଡ଼ ବ୍ଲକ ରେ ଆଜି ଦୁର୍ଗାଷ୍ଟମୀ ଉପଲକ୍ଷେ ଅସ୍ତ୍ର ପୂଜନ ଓ ଅଷ୍ଟମୀ ପୂଜନ ଯାକ ଯମକରେ ପାଳିତ ହୋଇଯାଇଛି। ଉଦୟଗିରି ବ୍ଲକର ସିନିସିଙ୍ଗି, ନୂଆଗଡ଼ ବ୍ଲକର ବେତାରସିଙ୍ଗି ଗ୍ରାମର ଶତାଧିକ ପୁରୁଷ ମହିଳା ମାନେ ସାମିଲ ହେଇ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ର ପୂଜନ କରାଯାଇଥିଲା । ଜିଲା ବିଶ୍ବହିନ୍ଦୁ ପରିଷଦର ସଭାପତି ଓ ବିଶିଷ୍ଠ ଆଇନଜୀବୀ କୈଳାଶ ଗୌଡ଼ ଙ୍କ ତତ୍ୱବାଧାନରେ ଆୟୋଜନ କରାଯାଇଥିଲା। ଭାରତୀୟ ପରମ୍ପରା ଅନୁଯାୟୀ ଆଗ କାଳରେ ଦେଶ ମାତୃକା ର ସଂମାନ ବଞ୍ଚାଇବା ପାଇଁ ଅସ୍ତ୍ରଶସ୍ତ୍ର କୁ ଆଧାର କରି ଯୁଦ୍ଧ ଲଢୁଥିଲେ ତେଣୁ ଏହି ଆୟୁଧ ର ବହୁତ ମହତ୍ତ୍ୱ ରହିଛି ବୋଲି ସଭାପତି ଶ୍ରୀ ଗୌଡ଼ କହୁଛନ୍ତି। ବେତାରସିଙ୍ଗି ଗ୍ରାମରେ ଏକ ସମାବେଶ କରାଯାଇଥିଲା ସେଠାରୁ ଏକ ବଡ଼ ଶୋଭାଯାତ୍ରା ବାହାରି ଗୌରୀକ ପତାକା ଲଗାଇ ପାରମ୍ପରିକ ବାଦ୍ୟର ତାଳେ ତାଳେ ସାଂକୀର୍ତନ କରି ନଗର ପରିକ୍ରମା କରି ଗ୍ରାମଦେବତାଙ୍କ ଠାରେ ପୂଜନ କରି ଅସ୍ତ୍ରକୁ ବ୍ୟବହାର କରାଯାଇଥିଲା। ଓଡ଼ିଆ ଜାତିର ସ୍ୱାଭିମାନକୁ କେବେ ପଛରେ ନ ପକାଇ କିପରି ନିଜ ଦେଶ ଗ୍ରାମକୁ ବିଧର୍ମୀଙ୍କ କବଳରୁ ରକ୍ଷା କରିହେବ ସେଥିପାଇଁ ସଂକଳ୍ପ କରିଥିଲେ। ଏହି ସମାବେଶରେ ନାରାୟଣ ଭାଇ,ସୁଷମା ଭଉଣୀ,ନରେନ୍ଦ୍ର ଭାଇ ଓ ଅନେକ ଜିଲା କାର୍ଯ୍ୟକର୍ତା ସହଯୋଗରେ ଭବ୍ୟ କର୍ଯ୍ୟକର୍ମ ଆୟୋଜନ ହେଇଥିଲା।

related posts

Leave a Comment