Home Breaking News / ତାଜା ଖବର ମୁରିଵାହାଲରେ ଭାଇ ଜିଉନ୍ତିଆ ପର୍ବ ପାଳିତ

ମୁରିଵାହାଲରେ ଭାଇ ଜିଉନ୍ତିଆ ପର୍ବ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁରିବାହାଲ(ମହେଶ୍ୱର ରଞ୍ଜନ): ମୁରିବାହାଲ ବ୍ଲକର ପ୍ରତେକ ଗ୍ରାମରେ ପାଲିତ ହୋଇଯାଇଛି ବାହୁ ଆଡମ୍ବର ସହିତ ଭାଇଯିଉନ୍ତିଆ ପର୍ବ । ନିଜର ଭାଇମାନଙ୍କର ମଙ୍ଗଳ କାମନା କରି ପ୍ରତ୍ୟେକ ଭଉଣୀମାନେ କରିଥାନ୍ତି ଏହି ବ୍ରତ୍ । ଛୋଟ ଛୋଟ ଝଅ ମାନଙ୍କ ଠାରୁ ଆରମ୍ଭ କରି ମାଆ ମାନେ ମଧ୍ୟ ଏହି ଜିଉଁନ୍ତିଆ କରିଥାନ୍ତି । ଦଶହରା ମାସର ସପ୍ତିମୀ ଏବଂ ଅଷ୍ଟମୀ ତିଥିରେ ଅନଷ୍ଠିତ ହୋଇଥାଏ । ମାଆ ଦୁର୍ଗାଙ୍କଠାରେ ଫଳ, ଫୁଲ,ମୂଳ ଅର୍ପଣ କରି ବିଧିବଦ୍ଧ ଭାବରେ ପୂଜା ପାଳନ କରିଥାନ୍ତି । ଭାଇମାନଙ୍କର ମଙ୍ଗଳ କାମନା ଏବଂ ଦୁଷ୍ଟ ଏବଂ ରାକ୍ଷସ ପ୍ରକୃତି ତଥା ଖଳନାୟକମାନଙ୍କ ଠାରୁ ରକ୍ଷା କରିବା ପାଇଁ ମାଆ ଦୁର୍ଗାଙ୍କ ଠାରେ ପ୍ରାର୍ଥନା କରିଥାନ୍ତି ।

ଶାରଦୀୟ ପୂଜାର ସମ୍ଭାର ନଗରର ବୁକୁ ଉପରେ ଯେମିତି କିଏ ଐଦ୍ରଜଳିତିକ ଶୋଭା ରଚନା କଲାଭଳି, ପ୍ରତେକ୍ ପଲ୍ଲୀପୁରଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଠାରେ ପାଳିତ ହୋଇଅଛି । ଭାଇମାନଙ୍କ ପାଇଁ ନିର୍ଜାଲା ଉପବାସ କରି ରାତିରେ ମାଆ ଦୁର୍ଗାଙ୍କ ଠାରେ ପୂଜାକରି ପ୍ରତ୍ୟେକ ଭଉଣୀମାନେ, ପରଦିନ ସକାଳୁ ଭାଇଙ୍କୁ ବ୍ରତ ବାନ୍ଧିଥାନ୍ତି । ଏବଂ ଜଲଗ୍ରହଣ କରିଥାନ୍ତି । ଗୋଟିଏ ଦିନ ଉପବାସ ରାହିଲେ ମଧ୍ୟ, ମନରେ ଉତ୍ସାହ ଭାରି ରହିଥିବାରୁ ହାଲିଆ ହୋଇନଥାନ୍ତି ।

related posts

Leave a Comment