Home Breaking News / ତାଜା ଖବର ବକ୍ସି ଜଗବନ୍ଧୁ ଚାରିଟେବଲ୍ ଟ୍ରଷ୍ଟର ମେଗା ସଫେଇ କାର୍ଯ୍ୟକ୍ରମ

ବକ୍ସି ଜଗବନ୍ଧୁ ଚାରିଟେବଲ୍ ଟ୍ରଷ୍ଟର ମେଗା ସଫେଇ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗଡରୋଡଙ୍ଗଠାରେ ବକ୍ସି ଜଗବନ୍ଧୁ ଟାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଏକ ମେଗା ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଇକ ବିଦ୍ରୋହର ମୁଖ୍ୟ ନାୟକ ବକ୍ସି ଜଗବନ୍ଧୁ ଏବଂ ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପାଖରୁ ଏହି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଟ୍ରଷ୍ଟର ଚେୟାରମ୍ୟାନ ସାମନ୍ତ ପ୍ରସନ୍ନ କୁମାର ରାୟ, ପୂର୍ବତନ ଚେୟାରମ୍ୟାନ ବାବୁ ସିଂ, ଗଡରୋଡଙ୍ଗ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଟ୍ରଷ୍ଟର କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳାଇ, ଧର୍ମପଦ ମହାରାଣା, ପୂର୍ବତନ ଗ୍ରାମ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଗ୍ରାମ୍ୟ ଉପସଭାପତି ଭାସ୍କର ଦଳାଇ, ଉପେନ୍ଦ୍ରନାଥ ରାଉତରାୟ, ଉଦ୍ୟନାଥ ସାହୁ, ସନାତନ ସାହୁ, ଆର୍ତ୍ତତ୍ରାଣ ପରିଡା ପ୍ରମୁଖଙ୍କ ସହ ବ୍ରହ୍ମଗିରି ଅଂଚଳର 50ରୁ ଅଧିକ ସଭ୍ୟ ସଭ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଂପ୍ରତି କରୋନା ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ଓ ମ୍ୟାଲେରିଆ ମଧ୍ୟ ତାର କାୟା ବିସ୍ତାର କରିଚାଲିଛି । ପରିବେଶ ପରିଷ୍କାର ରହିଲେ, ଏହି ସବୁ ମାରାତ୍ମକ ରୋଗରୁ ସାଧାରଣ ଲୋକେ ରକ୍ଷା ପାଇପାରିବେ ବୋଲି ଟ୍ରଷ୍ଟର ସଭ୍ୟ ସଭ୍ୟାମାନେ ଗ୍ରାମଲୋକଙ୍କୁ ସଚେତନ କରାଇବା ସହ ପରିବେଶ ପରିଷ୍କାର ରଖିବାକୁ ପରାମର୍ଶ ଦେଇଥିଲେ ।

related posts

Leave a Comment