Home Breaking News / ତାଜା ଖବର ହାଇ ପ୍ରୋଫାଇଲ ମନୀଷ ହତ୍ୟା ମାମଲା, ଆତ୍ମ ସମର୍ପଣ କରିଥିବା ଦୁଇ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଇନ୍ଫୋସିଟି ଥାନାର ପାଞ୍ଚ ଜଣିଆ ଟିମ ଭୁବନେଶ୍ୱର ନେଲା

ହାଇ ପ୍ରୋଫାଇଲ ମନୀଷ ହତ୍ୟା ମାମଲା, ଆତ୍ମ ସମର୍ପଣ କରିଥିବା ଦୁଇ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଇନ୍ଫୋସିଟି ଥାନାର ପାଞ୍ଚ ଜଣିଆ ଟିମ ଭୁବନେଶ୍ୱର ନେଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -13/10(ସୁନୀଲ ପଟନାୟକ): ବହୁ ଚର୍ଚ୍ଚିତ ବରିଷ୍ଠ ସାମ୍ବାଦିକ ନବୀନ ଦାଶ ଙ୍କ ପୁଅ ମନିଶ ଅନୁରାଗ ହତ୍ୟା ମାମଲା ରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ଦୁଇ ଅଭିଯୁକ୍ତ କୁ ନେବା ଲାଗି ଫୁଲବାଣୀ ରେପହଁଚିଲେ ଭୁବନେଶ୍ୱର ଇନଫୋସିସ ଥାନାର ଏକ ପାଂଚ ଜଣିଆ ଟିମ ।
ସବ ଇନ୍ସ୍ପେକଟର ପ୍ରମୋଦ କୁମାର ମହାନ୍ତି ଙ୍କ ନେତୃତ୍ବରେ ଏକ ପାଂଚ ଜଣିଆ ଟିମ ଅପରାହ୍ନ ୩ଟା ବେଳେ ପହଂଚି ଅଟକ ଥିବା ଦୁଇ ଅଭିଯୁକ୍ତ ଦିନେଶ ମହାପାତ୍ର ଓ , ମୃତ୍ୟୁଞ୍ଜୟ ମିଶ୍ର ଙ୍କୁ ଅଧିକ ପଚରା ଉଚରା ନିମନ୍ତେ ଭୁବନେଶ୍ୱର ନେବେ । ତେବେ ବୁଧୁବାର ସକାଳେ ଏହି ଦୁଇ ଜଣ ଟାଉନ ଥାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କଥା ଫୁଲବାଣୀ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ପୂର୍ବରୁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି | ପୁଲିସ ଏମାନଙ୍କୁ ହାଇ ପ୍ରୋଫାଇଲ ମନିଷ ହତ୍ୟା କାଣ୍ଡ ମାମଲlରେ ଏମାନଙ୍କ କେତେ ଦୂର ସମ୍ପୃକ୍ତି ରହିଚି ସେ ନେଇ ଅଧିକ ପଚରା ଉଚରା ଭୁବନେଶ୍ୱର ରେ କରିବେ । ସୂଚନା ଯୋଗ୍ୟରେ ଗତ ଶନିବାର ଭୁବନେଶ୍ବର ସ୍ଥିତ ସାଉଥ୍ ସିଟି ବାର ଏଣ୍ଡ ରେଷ୍ଟୁରାଣ୍ଟ ରେ ଭୋଜି ଭାତ ପରେ ମନିଷ କୁ କୁଆଡେ ହତ୍ୟା କରାଯାଇ ଥିଲା ।ତତପରେ ପାତ୍ରପଡା ସ୍ଥିତ ଏକ ପୋଖରୀ ରେ ମନିଷ ର ମୃତ ଦେହକୁ ଫୋପାଡି ଦେଇ ପଳେଇ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ଏନେଇ ଭୁବନେଶ୍ବର ସ୍ଥିତ ଇନଫ ସିଟି ଥାନାରେ ଏକ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି | ପୋଲିସ ଅଟକ ରଖୁଥିବା ଦୁଇ ଅଭିଯୁକ୍ତ ଲିଟୁ ଏବଂ ମୁନା ଙ୍କୁ ପଚରା ଉଚରା କରୁଛି । ଭୁବେନଶ୍ବର ରୁ ଆସିଥିବା ଏହି ପାଞ୍ଚ ଜଣିଆ ଟିମ୍ ଆତ୍ମ ସମର୍ପଣ କରିଥିବା ଏହି ଦୁଇ ଜଣ ସନ୍ଦିଗ୍ଧ ଅଭିଯୁକ୍ତ ଙ୍କୁ ନେଇ ଭୁବନେଶ୍ୱର ଯାଇଥିବା ଜଣା ପଡ଼ିଛl

related posts

Leave a Comment