Home Uncategorized କାଶୀ ନଗର କୃଷକ ମୋର୍ଚ୍ଚା ସମାବେଶରେ ମିଶ୍ରଣ ପର୍ବ ଯୋଗଦେଲେ ବିଧାୟକ

କାଶୀ ନଗର କୃଷକ ମୋର୍ଚ୍ଚା ସମାବେଶରେ ମିଶ୍ରଣ ପର୍ବ ଯୋଗଦେଲେ ବିଧାୟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଜପତି-୧୪/୧୦-(ଧନେଶ୍ବର ରାଉତ)-ଗଜପତି ଜିଲ୍ଲା କାଶୀ ନଗର ବ୍ଲକ ସୀତାପୁର ଗ୍ରାମ ପଞ୍ଚାୟତର ବେନାରୀ ଗୁଡ଼ାରେରେ ଗତ କାଲି ଏକ କୃଷକ ସମାବେଶ ଜିଲ୍ଲା କୃଷକ ମୋର୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଇଥିଲା। ଏହି ସମାବେଶ ରେ କୃଷକଙ୍କ ବିଭିନ୍ନ ସମସ୍ୟା ନେଇ ବିଶେଷ ଆଲୋଚନା ହେଇଥିଲା। ବେନାରୀଗୁଡ଼,ଏପଗୁଡା,ବୈଝାଲ, ହରିନାରାୟନ ଗୁଡା ଗ୍ରାମର ଛୋଟ ବଡ଼ ଚାଷୀ ସାମିଲ ହେଇ ନିଜ ନିଜ ମତ ରଖିଥିଲେ। କୃଷକ ମାନଙ୍କ ମୌଳିକ ସମସ୍ୟା ନେଇ ଆଗାମୀ ଦିନରେ ଏକ ବଡ ଧରଣର ସମାବେଶ କରିବାକୁ ଯୋଜନା କରିଥିଲେ। ସମାବେଶ ସ୍ଥଳୀରେ ଜୟ ଯବାନ ଜୟ କିଷାନ ସ୍ଲୋଗାନ ଗୁଂଜି ଉଠିଥିଲା। କେତଜଣ ଅଗ୍ରୀଣ ଚାଷୀଙ୍କୁ ମାନ ପତ୍ର ଦେଇ ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଯୋଗଦେଇ ପ୍ରଦାନ କରୁଥିଲେ। ଅତି ଅଳ୍ପ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୁଷ୍ଟିରେ ରଖି ଶତାଧିକ ଭିନ୍ନ ଭିନ୍ନ ଦଳର କର୍ମୀ ଭାଜପା ରେ ଯୋଗ ଦେଇଥିଲେ। ସ୍ଥାନୀୟ କିଛି ନେତା ଓ କର୍ମୀ ବିଧାୟକ ଶ୍ରୀ ରାଓଙ୍କୁ କମ୍ୟୁନିଟି ହାଲ, ଚର୍ଚ୍ଚ ଘର,ପାନୀୟ ଜଳ ଯୋଗାଣ, ରାସ୍ତା ପାଇଁ ଦାବୀ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ସବୁ ସରପଞ୍ଚ ,ସମିତି ସଭ୍ୟ, ୱାର୍ଡ ସଭ୍ୟ, ବ୍ଲକ ଅଧ୍ୟଖ୍ୟ ଓ ଜିଲା ପରିଷଦ ପଦବୀ ହାତେଇ ହେବ ସେଥିପାଇଁ ରଣ ନୀତି ପ୍ରସ୍ତୁତ କରାଯାଇଥିଲା। ଏହି ସମାବେଶରେ କାଶୀ ନଗର ବ୍ଲକ ଅଧ୍ୟଖ୍ୟ ଚିତ୍ରୀ ସୀମାଦ୍ରୀ, ସୀତାପୁର ସରପଞ୍ଚ ଉରୀୟଣୀ ଶବର,ସମିତି ସଭ୍ୟ ଡି ରାଜେଶ, ଗୁମା ମଣ୍ଡଳ ସଭାପତି ଡୁଲୁ ବିଶୋଇ, ବରିଷ୍ଠ ଭାଜପା ନେତା ରବି ନାଇଡୁ ଯୋଗ ଦେଇଥିଲେ।

related posts

Leave a Comment