Home Breaking News / ତାଜା ଖବର ସ୍ଵାଧୀନତାର ୭୪ ପରେ ବି, ଅଭିଶପ୍ତ ଜୀବନ ଜିଉଁଛନ୍ତି ମାଦା ଓ ଲେଙ୍ଗୁରୁ ଗ୍ରାମବାସି

ସ୍ଵାଧୀନତାର ୭୪ ପରେ ବି, ଅଭିଶପ୍ତ ଜୀବନ ଜିଉଁଛନ୍ତି ମାଦା ଓ ଲେଙ୍ଗୁରୁ ଗ୍ରାମବାସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ- (12/10)ସ୍ଵାଧୀନତାର ୭୪ ବର୍ଷ ବିତିଲାଣି ହେଲେ ସ୍ଵାଧୀନତାକଣ ଜାଣନ୍ତି ନିଏମାନେ । ମୌଳିକ ସୁବିଧାରୁ ବଞ୍ଚିତ ଏମାନେ । ସରକାରି ବାବୁଙ୍କ ପାଦ ପଡିନି ଏଠି। ଶିକ୍ଷା । ସ୍ଵାସ୍ଥ୍ୟ ଗମନାଗମନ ଓ ପାନୀୟ ଜଳ ପରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଏମାନେ ।
ଏଭଳି ଗାଁ ରହିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ର ରେ ବିଙ୍ଗିଆ ପଞ୍ଚାୟତର ମାଦା ଓ ଲେଙ୍ଗୁରୁ ଗ୍ରାମ। କନ୍ଧମାଳ ଓ କଳାହାଣ୍ଡି ସମାନ୍ତରେ ଅବସ୍ଥିତ ଏହି ଦୁଇଟି ଗ୍ରାମ । ରେ ବିଙ୍ଗିଆ ପଞ୍ଚାୟତ ରୁ ପ୍ରାୟ ୭ କିମି ବାଟ ପାହାଡ଼ ଦେଇ ଯିବା ପରେ ପଡିବ ଏହି ଦୁଇ ଗ୍ରାମ।
ଏହି ଗ୍ରାମର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ,ଗମନାଗମନ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ।
୪୦ରୁ ୫୦ ଟି ଆଦିବାସୀ ପରିବାରକୁ ନେଇ ଏହି ଗ୍ରାମ ଗଠିତ । ହେଲେ ଏହି ଗ୍ରାମ ର ଅଧିବାସୀମାନେ ଏକପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି । ମାଦାଗାରରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ ଶିକ୍ଷକ ନିୟମିତ ଆସୁନଥିବାଯୋଗୁଁ ପାଠପଢ଼ା କିଛି ନାହିଁ । ଏବେ ତ କରୋନା ଯୋଗୁ ସ୍କୁଲରେ ଗତ ମାର୍ଚ୍ ୨୦୨୦ ରୁ ତାଲା ପଡିଛି ।
ପିଲା ଖାଲି ବୁଲୁଛନ୍ତି । ଅଙ୍ଗନବାଡି କେନ୍ଦ୍ର ଅଛି । ତ। ଅବସ୍ଥା ବି ସେପରି । ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ନିକଟରେ ନଳକୂପ ଖୋଳିବା ନିୟମ ରହିଥିଲେ ମଧ୍ୟ ରାସ୍ତ । ନ ଥିବାରୁ ନଳକୂପ ଖୋଳିବା ଗାଡି ଯାଇପାରୁନି।
ଫଳରେ ସ୍କୁଲଛାତ୍ରଛାତ୍ରୀ ଓ ଅଙ୍ଗନବାଡି ଶିଶୁମାନେ ସ୍ୱଛପାନୀୟ ଜଳ ପିଇବାକୁ ପାଉ ନାହାନ୍ତି ।
ରାସ୍ତାନ ଥିବାରୁ ଗାଁକୁ ଛତୁଆ ,ଅଣ୍ଡା ଗାଡି , ଆମ୍ବୁଲାନ୍ସ କିଛି ବି ଆସିପାରୁନି । ଫଳରେ ବିଭିନ୍ନ ସମୟରେ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି ।
ତେବେ ରାସ୍ତା ସହିତ ଏକ ନାଳ ମଧ୍ୟ ଏ ଦୁଇ ଗ୍ର।ମକୁ ବିଛିନ୍ନ କରିଛି । ପ୍ରତିମାସରେ ଗ୍ରାମ
ବାସୀ ଚାଉଳ କିରାସିନି ପାଇଂ ନାଳପାରି ହୋଇ ଚାଲିଚାଲି ଯାଉଛନ୍ତି ପଞ୍ଚାୟତକୁ ।ତେବେ ଏହି ଅଞ୍ଚଳର ଗ୍ରାମବାସୀ ଆବଶ୍ୟକ ସାମଗ୍ରୀ ଓ ସ୍ଵାସ୍ଥ୍ୟସେବା ପାଇଁ କଳାହାଣ୍ଡି ଜିଲା ଉପରେ ପ୍ରାୟତଃ ନିର୍ଭର କରନ୍ତି । କନ୍ଧମାଳ ସଦର ମହକୁମା ଫୁଲବାଣୀ ଦେଖ୍ ନାହଁ।ନ୍ତି ବୋଲି କହିଛନ୍ତି ଗ୍ରାମର ଅନନ୍ତ ମାଝି, ଆନନ୍ଦ ମାଝି, ପ୍ରମୋଦ ମାଝି କହିଛନ୍ତି । ଗ୍ରାମକୁ ବିଜୁଳି ଆଲୋକ ମଧ୍ୟ ଯାଇନ ଥିବା ଜଣାପଡିଛି।
ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି। ।

related posts

Leave a Comment