Home Breaking News / ତାଜା ଖବର ପ୍ରଫେସର ରାଧାମୋହନ ମିଶ୍ରଙ୍କର ଶ୍ରଦ୍ଧାଞ୍ଜଳି ସଭା

ପ୍ରଫେସର ରାଧାମୋହନ ମିଶ୍ରଙ୍କର ଶ୍ରଦ୍ଧାଞ୍ଜଳି ସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାର ଜଣେ ଆଗ ଧାଡିର ସାହିତ୍ୟିକ, ଆଲୋଚକ, ଅନୁବାଦକ, ବାଗ୍ମୀ ଓ ସୁବକ୍ତା ପ୍ରଫେସର ରାଧାମୋହନ ମିଶ୍ରଙ୍କ ଅକାଳ ବିୟୋଗରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି l
ପ୍ରାରମ୍ଭରେ ଲେଖକ ସାମ୍ମୁଖ୍ୟର ସମ୍ପାଦକ ବନ ବିହାରୀ ନନ୍ଦ ପ୍ରାରମ୍ଭିକ ସୂଚନା ଦେଲା ପରେ ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ର ଙ୍କ ସମେତ ଉପସ୍ଥିତ ସମସ୍ତେ ଏହି ମହାନ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସ୍ବର୍ଗତ ମିଶ୍ର ପ୍ରତି ସମବେତ ବୁଦ୍ଧିଜୀବୀ ସାହିତ୍ୟିକ, ଶିକ୍ଷାବିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଫୁଲାବାଣୀ ରହଣି ଭିତରେ ସ୍ବର୍ଗତପ୍ରଫେସର ମିଶ୍ର କନ୍ଧମାଳ ଜ଼ିଲ୍ଲା ରେ ସାହିତ୍ୟ, ଯୋଗ, ଶିକ୍ଷା ଓ ସଂସ୍କୃତିର ବ୍ୟାପକ ପ୍ରସାର ଓ ପ୍ରଚାର କରିଥିଲେ l ଏଥିରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ସମ୍ବାଦ ସାହିତ୍ୟ ଘର, ଆର୍ଟ ଅଫ ଲିଭିଙ୍ଗ, ଓକିଲ ସଙ୍ଘ, ସାମ୍ବାଦିକ ସଙ୍ଘ,ରୋଟlରି କ୍ଲବ, ବାଣୀଫୁଲ ସାରସ୍ୱତ ଅଭିଯାନ, ବରିଷ୍ଠ ନାଗରିକ ମଞ୍ଚ ରକ୍ତଦାନ ସମିତି, ଅଇନିଜୀବି ସଙ୍ଘ ସହ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ରାଧାମୋହନ ମିଶ୍ର ପ୍ରେମୀ ଉପସ୍ଥିତ ଥିଲେ l ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ସଭାପତି ରବୀନ୍ଦ୍ର ନାଥ ମିଶ୍ର ଅଧ୍ୟକ୍ଷତା କରିଥିଲା ବେଳେ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ମହାନ୍ତି, ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଅଶୋକ କୁମାର ବେହେରା, ଭଗବାନ ମହାନ୍ତି, ବିଜୟ କୁମାର ପଟ୍ଟାନାୟ କ ଅଶୋକ କୁମାର ମିଶ୍ର, ସବିତା ତ୍ରିପାଠୀ, ଅରାତି ପରିଛା, ବନlନି ରାଣୀ ପଟ୍ଟନାୟକ, ବିଦ୍ୟୁଲତ ବେହେରା, ଜ୍ୟୋତିର୍ମୟୀ କହଁର, ବି କେ କମଲ, ଅଶୋକ କୁମାର ପରିଡା, ଅଶୋକ ଭଟ, ନୃସିଂହାନନ୍ଦ ମହାପାତ୍ର, କୁନ୍ଦନ ସିଂ ଶ୍ୟାମ ସୁନ୍ଦର ପଣ୍ଡା, ଆଶିଷ କୁମାର ବେହେରା, ରମେଶ ଚନ୍ଦ୍ର ମହାନ୍ତି , ବିରଂଚି ନାରାୟଣ ମିଶ୍ର, ରାମକୃଷ୍ଣ ମହାନ୍ତି,ବ୍ରଜ ପଟନାୟକ, ସଦାଶିବ ପାତ୍ର, ପ୍ରମୁଖ ଯୋଗ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ବ୍ୟକ୍ତ କରିଥିଲେ l.ସମ୍ବାଦ ସାହିତ୍ୟ ଘର ର କୋଷାଧକ୍ଷ ପ୍ରସନ୍ନ କୁ ମାର ପଣ୍ଡା ପରିଚାଳନା କରିଥିଲେ

related posts

Leave a Comment