Home Breaking News / ତାଜା ଖବର ସାରଜାରେ ସୁନିଲ ନାରାୟଣଙ୍କ ଜାଲରେ ଫସିଗଲା ଆରସିବି, ମଉଳିଗଲା କୋହଲିଙ୍କ ଟାଇଟଲ ସ୍ୱପ୍ନ

ସାରଜାରେ ସୁନିଲ ନାରାୟଣଙ୍କ ଜାଲରେ ଫସିଗଲା ଆରସିବି, ମଉଳିଗଲା କୋହଲିଙ୍କ ଟାଇଟଲ ସ୍ୱପ୍ନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଇପିଏଲ ପ୍ରଥମ ଏଲିମିନେଟର ମ୍ୟାଚରେ କୋଲକାତା ଠାରୁ ୪ ୱିକେଟରେ ହାରିଲା ଆରସିବି । ଏହି ବିଜୟରେ ବଡ ଭୂମିକା ନିଭାଇଥିଲେ କୋଲକାତା ନାଇଟ ରାଇଡର୍ସ ସ୍ପିନର ସୁନୀଲ ନାରାୟଣ । ନାରାୟଣ ଆରସିବିର ୪ଟି ୱିକେଟ ଦଖଲ କରିବା ସହ ବ୍ୟାଟିଂରେ ବିସ୍ଫୋରକ ୨୬ ରନ୍ ସ୍କୋର କରିଥିଲେ । ଫଳରେ ଆରସିବି ବିରୋଧରେ ସହଜ ବିଜୟ ହାସଲ କରି ଏଲିମିନେଟର ଦ୍ୱିତୀୟକୁ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ ।
କେଉଁ ଓଭରରେ କାହାକୁ ଶିକାର କଲେ ସୁନୀଲ ନାରାୟଣ?
-୯.୪ ତମ ଓଭରରେ ଶ୍ରୀକର ଭରତ
-୧୨.୨ ତମ ଓଭରରେ ବିରାଟ କୋହଲି
-୧୪,୨ ତମ ଓଭରରେ ଏବି ଡିଭିଲିୟର୍ସ
୧୬.୪ ତମ ଓଭରରେ ଗ୍ଲେନ୍ ମାକ୍ସୱେଲ
ଏହି ୪ ୱିକେଟର ପତନ ପରେ ଆରସିବି କୋଲକାତା ବିରୋଧରେ ଅଧିକ ସ୍କୋର କରିପାରିନଥିଲା । ଯାହାକି ଆଇପିଏଲ ଏଲିମିନେଟର ମୁକାବିଲାରେ ଆରସିବି ପରାଜୟର କାରଣ ବନିଗଲା । କହିବାକୁ ଗଲେ ସୁନୀଲ ନାରାୟଣଙ୍କ ସ୍ପିନ ଜାଲରେ ଆରସିବିର ଶୀର୍ଷ ଓ ଶକ୍ତିଶାଳୀ ବ୍ୟାଟିଂ ଲାଇନ ପୁରା ଫସି ଯାଇଥିଲା । ଯାହା କ୍ୟାପଟେନ କୋହଲିଙ୍କ ଚଳିତ ଆଇପିଏଲରେ ଟାଇଟଲ ଚାମ୍ପିଅନ ହେବା ସ୍ୱପ୍ନ ଧୂଳିସାତ କରିଦେଇଛି । ଏହି ସିଜିନରେ ସୁନୀଲ ନାରାୟଣ ୧୨ ମ୍ୟାଚରୁ ୧୪ଟି ୱିକେଟ ଦଖଲ କରିଛନ୍ତି । ପୂର୍ବ ଦୁଇଟି ଯାକ ମ୍ୟାଚରେ ସେ ୱିକେଟ ହାସଲ କରିପାରିନଥିଲେ । କିନ୍ତୁ ଏଲିମିନେଟର ପରି ବଡ ମୁକାବିଲାରେ କୋଲକାତା ପାଇଁ ୪ ୱିକେଟ ଦଖଲ କରି ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଥିଲେ ।

related posts

Leave a Comment