Home Breaking News / ତାଜା ଖବର ଜାମ୍ମୁକାଶ୍ମୀରରେ ୨୪ ଘଂଟାରେ ୩ ଏନକାଉଁଟର, ୮ ଆତଙ୍କି ସଫା, ପାଲଟାଗୁଳିରେ ୫ ଯବାନ ସହିଦ, ଘାଟିରେ ସର୍ଚ୍ଚ ଅପରେସନ ଜୋରଦାର

ଜାମ୍ମୁକାଶ୍ମୀରରେ ୨୪ ଘଂଟାରେ ୩ ଏନକାଉଁଟର, ୮ ଆତଙ୍କି ସଫା, ପାଲଟାଗୁଳିରେ ୫ ଯବାନ ସହିଦ, ଘାଟିରେ ସର୍ଚ୍ଚ ଅପରେସନ ଜୋରଦାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ଅପରେସନ ପୁଣି ଜୋରଦାର ହୋଇଛି । ଗତ ୨୪ ଘଂôଟାରେ ଘାଟିରେ ତିନୋଟି ଅପରେସନରେ ୫ ଆତଙ୍କି ସେନା ଗୁଳିରେ ଟଳିଥିଲେ । ଏହି ଅପରେସନରେ ସେନାର ୫ ଯବାନ ମଧ୍ୟ ସହିଦ ହୋଇଛନ୍ତି ।
ସୋମବାର ସକାଳେ ଅନନ୍ତନାଗରେ ଏନକାଉଁଟରରେ ଜଣେ ଆତଙ୍କି ନିପାତ ହୋଇଥିଲା । ଏହି ଅପରେସନରେ ଜାମ୍ମୁକାଶ୍ମୀର ପୋଲିସର ଜଣେ ଯବାନ ଆହତ ହୋଇଥିଲେ । ଅନନ୍ତନାଗ ସହିତ ବାନ୍ଦିପୋରା ଅଂଚଳରେ ମଧ୍ୟ ସେନା ଚଳାଇଥିଲା ଅପରେସନ । ସେଠାରେ ଜଣେ ଆତଙ୍କୀକୁ ନିପାତ କରିଥିଲା ସେନା । ସୋପିଆଁରେ ଗତକାଲି ବିଳମ୍ୱିତ ରାତିରେ ଜିଲ୍ଲାର ତୁଲରାନ ଅଂଚଳରେ ଚାଲିଛି ଅପରେସନ । ସେନା ଗୁଳିରେ ୩ ଆତଙ୍କି ନିପାତ ହୋଇଛନ୍ତି । ମୃତ ଆତଙ୍କି ଦାନିଶ ଅହମ୍ମଦ, ଯାବର ମହମ୍ମଦ ଓ ମୁଖତାର ଅହମ୍ମଦ ବୋଲି ପରିଚୟ ମିଳିଛି । ସେମାନଙ୍କ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ
ଠାରୁ ୨ଟି ପିସ୍ତଲ ଓ ଗୋଟିଏ ଏକେ ୪୭ ବନ୍ଧୁକ ଜବତ ହୋଇଛି ।
ପୁନଛରେ ଗତକାଲି ରାତିରୁ ଚାଲିଛି ଆତଙ୍କ ବିରୋଧୀ ଅପରେସନ । ଏଥିରେ ଶେଷ ଖବର ସୁଦ୍ଧା ୩ ଆତଙ୍କିଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା ।
ଜମ୍ମୁକାଶ୍ମୀରର ପୁନଛରେ ଆତଙ୍କବାଦୀ ଅପରେସନ ସମୟରେ ପାଲଟା ଗୁଳିରେ ସେନାର ୫ ଯବାନ ସହିଦ ହୋଇଛନ୍ତି । ଜେସିଓ ଜସବିନ୍ଦର ସିଂ, ନାୟକ ମନଦୀପ ସିଂ, ସିପାହୀ ଗଜ୍ଜନ ସିଂ, ସରଜ ସିଂ ଏବଂ ବୈଶାଖ ଏଚ ପୁନଛରେ ଆତଙ୍କି ଅପରେସନରେ ଦେଶ ପାଇଁ ସହିଦ ହୋଇଛନ୍ତି । ଏହା ପରେ ପରେ ଭାରି ମାତ୍ରାରେ ସୁରକ୍ଷା ବଳରେ ପୁନଛରେ ପ୍ରବେଶ କରି ଜଙ୍ଗଲ ଭିତରେ ଜୋରଦାର ଅପରେସନ କରି ଶେଷ ଖବର ସୁଦ୍ଧା ୩ ଆତଙ୍କିଙ୍କୁ ନିପାତ କରିଛନ୍ତି । ଜଙ୍ଗଲରେ ପ୍ରାୟ ୧୦ ଆତଙ୍କି ଛପିଥିବା ଆଶଙ୍କା କରାଯାଉଛି ।

related posts

Leave a Comment