Home Breaking News / ତାଜା ଖବର ଦିଲ୍ଲୀରୁ ଧରାପଡିଲା ପାକ୍ ଆତଙ୍କୀ, ନକଲି ପରିଚୟପତ୍ର , ଏକେ ୪୭ ବନ୍ଧୁକ ଜବତ

ଦିଲ୍ଲୀରୁ ଧରାପଡିଲା ପାକ୍ ଆତଙ୍କୀ, ନକଲି ପରିଚୟପତ୍ର , ଏକେ ୪୭ ବନ୍ଧୁକ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ହାତରେ ଲାଗିଛି ଜିଅନ୍ତା ପାକ୍ ଆତଙ୍କି । ଏହି ଆତଙ୍କିକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ତାଲିମ ଦେଇଥିଲା । ଗିରଫ ଆତଙ୍କ ନିକଟରୁ ନକଲି ପରିଚୟ ପତ୍ର, ଏକେ ୪୭ ବନ୍ଧୁକ , ହ୍ୟାଣ୍ଡ ଗ୍ରେନେଡ, ମାଗାଜିନ୍ ଜବତ ହୋଇଛି ।
ଭାରତରେ ପାର୍ବଣ ସମୟରେ ଆତଙ୍କି ଘଟଣାକୁ ସଫଳ କରିବାକୁ ଏହି ଆତଙ୍କିଙ୍କୁ ଅନୁପ୍ରବେଶ କରାଇଥିଲା ଆଇଏସଆଇ । ସୋମବାର ରାତି ପ୍ରାୟ ୯ଟା ୨୦ ମିନିଟରେ ମହମ୍ମଦ ଅସରଫ ଅଲ୍ଲୀ ନାମକ ଏହି ପାକିସ୍ତାନୀ ଆତଙ୍କିକୁ , ଦିଲ୍ଲୀର ଲଖମୀ ନଗର ଅଂଚଳରୁ ଗିରଫ କରିଥିଲା । ମହମ୍ମଦ ଅସରଫ ପାକିସ୍ତାନର ପଂଜାବ ପ୍ରୋଭିନ୍ସ ର ନରୋବଲ ଜିଲ୍ଲାରେ ଘର ବୋଲି ଜଣାପଡିଛି । ମହମ୍ମଦ ଅସରଫ ଦିଲ୍ଲୀରେ ଭାରତୀୟ ନାଗରିକ ପରିଚୟରେ ରହୁଥିଲ।। ସେଥିପାଇଁ ନିଜର ଏକ ନକଲି ନାମ ମହମ୍ମଦ ନୁରୀ ରଖିଥିଲା । ନକଲି ଆଇଡି କାର୍ଡ ବି ତିଆରି କରେଇଥିଲା । ବର୍ତମାନ ଦିଲ୍ଲୀ ପୋଲିସ ଏହା ପଛରେ କିଏ କିଏ ଅଛନ୍ତି, ତାକୁ ଭାରତ ଆସିବାରେ କିଏ ସହାୟତା କରିଛି, ତା ନିକଟକୁ କେମିତି ଏକେ ୪୭ ବନ୍ଧୁକ ଆସିଲା , ସେ ସବୁକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ବିଶେଷ କରି ଦିଲ୍ଲୀରେ ପାର୍ବଣ ସମୟରେ ପେଟ୍ରୋଲ ଟାଙ୍କି ଗୁଡିକୁ ଟାର୍ଗେଟ୍ କରି ବିସ୍ଫୋରଣ ଯୋଜନା ଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । କୌଣସି ଅଘଟଣ ଆଗରୁ ଦିଲ୍ଲୀରୁ ପାକ୍ ଆତଙ୍କୀକୁ ଜୀବନ୍ତ ଧରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସ ।

related posts

Leave a Comment