Home Breaking News / ତାଜା ଖବର ପାର୍ବଣ ଋତୁରେ ଅବକାରୀ ବିଭାଗର ଜୋରଦାର ଧରପଗଡ ୨୫ ଅଭିଯୁକ୍ତଗିରଫ

ପାର୍ବଣ ଋତୁରେ ଅବକାରୀ ବିଭାଗର ଜୋରଦାର ଧରପଗଡ ୨୫ ଅଭିଯୁକ୍ତଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୨/୧୦-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀମତି ନେନା ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପାର୍ବଣ ଋତୁ ପରିପ୍ରେକ୍ଷୀରେ ଅବକାରୀ ଧରପଗଡ ଜୋରଦାର କରାଯାଇଛି । ଗତ ଅକ୍ଟୋବର ୬ତାରିଖ ଠାରୁ ଆଜି ୧୧ତାରିଖ ପର୍ଯ୍ୟନ୍ତ ଛଅ ଦିନ ମଧ୍ୟରେ ରାୟଗଡ ଜିଲ୍ଳାରେ ଅବକାରୀ ଧରପଗଡ ମାଧ୍ୟମରେ ୩୬ଗୋଟି ମାମଲା ରୁଜୁ କରାଯାଇ ୨୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଧରପଗଡରେ ୧୩,୦୮୦ଲିଟର ମହୁଲ ପୋଚ,୧୮୮୨ଲିଟର ଚୋରା ଦେଶୀ ରନ୍ଧା ମଦ,୫୭.୨୪୦ଲିଟର ବିଦେଶୀ ମଦ ଏବଂ ୧୭୨.୪୫୦ଲିଟର ବିଅର ଜବତ କାରାଯାଇଛି । ଉକ୍ତ ସମସ୍ତ ଜବତ ଜିନିଷର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ତଦୁର୍ଦ୍ଧ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି,ଏହି ଧରପଗଡରେ ରାୟଗଡ ଅବକାରୀ ନିରୀକ୍ଷକ,ଉପନିରୀକ୍ଷକ ରାୟଗଡା,ଗୁଣପୁର,ଗୁଡାରୀ,ବିଷମକଟକଙ୍କ ସମେତ ଏପିଆର ଫୋର୍ସ ଏବଂ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ସାମିଲ ଥିଲେ । ଆଗାମୀ ଦଶହରା ପର୍ବ ନିମନ୍ତେ ଆଗାମୀ ଦିନରେ ଅବକାରୀ ଚଢାଉ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀମତି ନେନା ବେଉରା ପ୍ରକାଶ କରିଛନ୍ତି ।

related posts

Leave a Comment