Home Breaking News / ତାଜା ଖବର ସାମ୍ବାଦିକ ଭବନ ଠାରେ ପିଏଜିର ସଭ୍ୟ ରବିନ୍ଦ୍ର କୁମାର ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ସାମ୍ବାଦିକ ଭବନ ଠାରେ ପିଏଜିର ସଭ୍ୟ ରବିନ୍ଦ୍ର କୁମାର ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -11/10(ସୁନୀଲ ପଟନାୟକ): କନ୍ଧମାଳର ଜଣାଶୁଣା ସମାଜସେବୀ ରବୀନ୍ଦ୍ର କୁମାର ସାହୁଙ୍କ ସମ ହସପିଟାଲରେ ଗତ ୨୯ତାରିଖରେ ପରଲୋକ ହୋଇଥିବାରୁ ଫୁଲବାଣୀ ସ୍ୱଛାସେବୀ ମହାସଂଘ ପକ୍ଷରୁ ଆଜି ଫୁଲବାଣୀ ସାମ୍ବାଦିକ ଭବନ ଠାରେ ଅମର ଆତ୍ମାର ସଦଗତି ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ପିଏଜିର ଆବାହକ ଅଶୋକ ପରିଡା ସମସ୍ତଙ୍କୁ ସ୍ୱାଗତ କରି ରବିନ୍ଦ୍ର ସାହୁଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇଥିଲେ। ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ସ୍ୱର୍ଗତ ସାହୁଙ୍କ ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ପିଏଜିର ମାର୍ଗ ଦର୍ଶକ ଉତ୍ସବ ଚନ୍ଦ୍ର ଜେନାଙ୍କ ସହ ପ୍ରେସ କ୍ଳବ ସଭାପତି ସୁନିଲ ପଟ୍ଟନାୟକ, ସ୍ୱତନ୍ତ୍ର ସରକାରୀ ଓକିଲ ବିଜୟକୃଷ୍ଣ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇ ରବିନ୍ଦ୍ର ସାହୁଙ୍କ କାର୍ଯ୍ୟାବଳିର ସ୍ମୃତି ଚାରଣ କରିଥିଲେ।ଗତ ୨୫ତାରିଖ ରାତିରେ ଶୋଇଥିବା ଅବସ୍ଥାରେ ବ୍ରେନଷ୍ଟ୍ରୋକହେବାରୁ
ସମ ଭୁବନେଶ୍ୱରରେ ଚିକିତ୍ସିତ ଅବସ୍ଥାରେ ମୃତ ବରଣ କରିଥିଲେ।ସେ ଜଣେ ବହୁତ ସରଳ ଅମାୟିକ ପରୋପକାରୀ ବ୍ୟକ୍ତି ଥିଲେ।ପ୍ରତ୍ୟେକ ସରକାରୀ ବେସରକାରୀ କାର୍ଯ୍ୟରେ ସ୍ୱତ୍ତଃ ଯୋଗ ଦେଉଥିଲେ।ସେ ଫୁଲବାଣୀ ସ୍ୱଛାସେବୀ ମହାସଂଘର କୋଷାଧ୍ୟକ୍ଷ ଥିବା ସହ ଜିଲା ରଙ୍ଗଣୀ ସମାଜର ସମ୍ପାଦକ ଥିଲେ।ଆଇନ ସହାୟତା କେନ୍ଦ୍ରର ଜଣେ ସଦସ୍ୟ ଥିଲେ।ନେହେରୁ ଯୁବକେନ୍ଦ୍ରର ପ୍ରଶିକ୍ଷକ ଥିଲେ।ସ୍ୱଛାସେବୀ ଅନୁଷ୍ଠାନର ଫୁଲବାଣୀବ୍ଲକ ସଂଯୋଜକ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ କନ୍ଧମାଳ ଜଣେ ନିଷ୍ଠାପର ସମାଜ ସେବୀଙ୍କୁ ହରାଇଲା।ଫୁଲବାଣୀ ସ୍ୱଛାସେବୀ ମହାସଂଘ ପକ୍ଷରୁ କୈଳାସ ଦଣ୍ଡପାଟ,ହରି ରାଉତ,ଶଶାଙ୍କ ସାହୁ ଅଶୋକ ପ୍ରଧାନ, ସୁକାନ୍ତ ନାୟକ,ସୁବଳ ରଣା,ଜିଆଉଦ୍ଦୀନ ଅହମ୍ମଦ, ଲିଙ୍ଗରାଜ ପ୍ରଧାନ, ପଞ୍ଚାନନ ମିଶ୍ର,ବୈଦ୍ୟନାଥ ଖଟୁଆ,ମୁସ୍କାନ ସୁଆର,ବରଦା ନାୟକ,ଚନ୍ଦ୍ର କାନ୍ତ ନାୟକ,ପ୍ରଦୀପଦାସ ଅଶୋକ ମହାରଣାଙ୍କ ସମେତ ସାମ୍ବାଦିକ ସନ୍ତୋଷ ଦିଗାଲ,ସୁନିଲ ବିଶ୍ୱାଳ,ରାକେଶ ରାଉତ,ଅଶୋକ ମହାନ୍ତି, ନାରାୟଣ ସାହୁ ଓ ଆଇନଜୀବୀ ରବିନ୍ଦ୍ର ନାଥ ମିଶ୍ର,ବିଜୟ ମହାନ୍ତି, ସତ୍ୟ ନାରାୟଣ ବେହେରାଙ୍କ ସହ ପ୍ରଶନ୍ନ ସାହାଣୀ, ରାଜୁ ପାଢ଼ୀ, ପ୍ରମୋଦ ପଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ମୃତି ଚାରଣ କରିଥିଲେ।ସ୍ୱର୍ଗତ ରବିନ୍ଦ୍ର ସାହୁଙ୍କ ଭାଇ ଯୋଗେନ୍ଦ୍ର ସାହୁ ଓ ଏକମାତ୍ର ପୁଅ ଲକ୍ଷଣ ସାହୁ ମଧ୍ୟ ସ୍ମୃତି ସଭାରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

related posts

Leave a Comment