Home Breaking News / ତାଜା ଖବର କୋହଲିଙ୍କ ଆଇପିଏଲ ଟାଇଟଲ ସ୍ୱପ୍ନ ଧୂଳିସାତ୍‌, ଏଲିମିନେଟରରେ କୋଲକାତା ଠାରୁ ହାରିଲା ଆରସିବି

କୋହଲିଙ୍କ ଆଇପିଏଲ ଟାଇଟଲ ସ୍ୱପ୍ନ ଧୂଳିସାତ୍‌, ଏଲିମିନେଟରରେ କୋଲକାତା ଠାରୁ ହାରିଲା ଆରସିବି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇଣ୍ଡିଆନ ପ୍ରିମିୟର ଲିଗରେ ଅଧାରେ ରହିଗଲା କ୍ୟାପଟେନ କୋହଲିଙ୍କ ଆଇପିଏଲ ôଟାଇଟଲ ଜିତିବାର ସ୍ୱପ୍ନ । ପ୍ରଥମ ଏଲିମିନେଟର ମୁକାବିଲାରେ ଆରସିବିକୁ ୪ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ବ୍ୟାଟିଂ କରି ରୟାଲ ଚାଲେଂଜର୍ସ ବାଙ୍ଗାଲୋର ନିର୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୮ ରନ୍ ସ୍କୋର କରିଥିଲା । କୋହଲି, ଡିଭିଲିୟର୍ସ ଓ ମାସ୍କୱେଲଙ୍କ ୱିକେଟ ଦଖଲ କରି ସୁନିଲ ନାରାୟନ ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଫଳରେ ଆରସିବି ୧୩୮ ରନର ଛୋଟିଆ ସ୍କୋରରେ ଦଳ ଅଟକି ଯାଇଥିଲା ।
ବିଜୟ ପାଇଁ କୋଲକାତା ନାଇଟ ରାଇଡର୍ସ ଆଗରେ ଥିଲା ୧୩୯ ର ବିଜୟ ଲକ୍ଷ୍ୟ । ୨ଟି ବଲ ବାକି ଥାଇ କୋଲକାତା ଶେଷ ଓଭରରେ ମ୍ୟାଚ୍ ଜିତିନେଇ ଥିଲା । ଶେଷ ଓଭରରେ ବିଜୟ ପାଇଁ ଆବଶ୍ୟକ ଥିଲା ୭ ରନ୍ । ଅନ୍ତିମ ଓଭରର ୪ଟି ବଲରୁ ଏହାକୁ ସଂଗ୍ରହ କରିନେଇଥିଲେ କୋଲାକାତା କ୍ୟାପଟେନ ଇଅନ ମୋର୍ଗାନ ଏବଂ ସାକିବଲ ହାସଲ ଯୋଡି । ଫଳରେ କୋଲକାତା ୨ଟି ବଲ ବାକି ଥାଇ ରୋମାଂଚକର ବିଜୟ ହାସଲ କରିଥିଲା । କୋଲକାତା ପକ୍ଷରୁ ଶୁଭମନ ଗିଲ୍ ୨୯, ଭେଙ୍କଟେଶ ଆୟାର ୨୬, ନୀତିଶ ରାଣା ୨୩, ସୁନୀଲ ନାରୟନ ବିସ୍ଫୋରକ ୨୬ ରନ୍ ସ୍କୋର କରିଥିଲେ ।
ଏହି ବିଜୟ ସହିତ କୋଲକାତା ଆଇପିଏଲର ଦ୍ୱିତୀୟ ଏଲିମିନେଟରରେ ପ୍ରବେଶ କରିଛି । ବୁଧବାର ରାତି ସାଢେ ୭ଟାରେ ଦିଲ୍ଲୀ କ୍ୟାପିଟାଲସକୁ ଦ୍ୱିତୀୟ ଏଲିମିନେଟରରେ ଭେଟିବ କୋଲକାତା ।

related posts

Leave a Comment