Home Breaking News / ତାଜା ଖବର ଆଇପିଏଲ ଏଲିମିନେଟର- ଆଜି କୋଲକାତା-ବାଙ୍ଗାଲୋର ଲଢେଇ, କର ବା ମର ମ୍ୟାଚରେ ହାରିଲେ ବିଦା

ଆଇପିଏଲ ଏଲିମିନେଟର- ଆଜି କୋଲକାତା-ବାଙ୍ଗାଲୋର ଲଢେଇ, କର ବା ମର ମ୍ୟାଚରେ ହାରିଲେ ବିଦା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଇପିଏଲ ଏଲିମିନେଟର- ଆଜି କୋଲକାତା-ବାଙ୍ଗାଲୋର ଲଢେଇ, କର ବା ମର ମ୍ୟାଚରେ ହାରିଲେ ବିଦା
ଆଇପିଏଲର ୧୪ ତମ ସଂସ୍କରଣରେ ଆଜି ଖେଳାଯିବ ପ୍ରଥମ ଏଲିମିନେଟର ମ୍ୟାଚ । ଆଜି ସାରଜାରେ ଏହି ମୁକାବିଲା ରୟାଲ ଚାଲେଂଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ଦୁଇ ଦଳ ପାଇଁ ଏହି ମ୍ୟାଚ୍ କରବ । ମର ଭଳି ରହିବ । କାରଣ ଏହି ମ୍ୟାଚର ପରାଜିତ ଦଳ ଆଇପିଏଲ ଫାଇନାଲ ଦୌଡରୁ ବାଦ୍ ପଡିବ । ବିଜୟୀ ଦଳ ପ୍ରଥମ କ୍ୱାଲିଫାୟର ମ୍ୟାଚର ପରାଜିତ ଦଳ ସହିତ ଫାଇନାଲରେ ସ୍ଥାନ ପାଇଁ ଖେଳିବ ।
ଆଇପିଏଲ ଟାଇଟଲ ପ୍ରଥମ ଥର ନିଜ ନାଁରେ କରିବାକୁ ଏଥର ସ୍ୱତନ୍ତ୍ର ରଣନୀତି କରିଛନ୍ତି ଆରସିବି କ୍ୟାପଟେନ ବିରାଟ କୋହଲି । କାରଣ ୧୪ଟି ସଂସ୍କରଣରୁ ଆରସିବି କେବେ ହେଲେ ଟାଇଟଲ ଜିତି ପାରିନାହିଁ । ସେପଟେ ଆରସିବି ଓ କେକେଆର ଆଇପିଏଲ ରେକର୍ଡ ଦେଖିଲେ କେକେଆର ସାମାନ୍ୟ ଆଗରେ ରହିଛି । କାରଣ ଦୁଇ ଦଳ ମଧ୍ୟରେ ୨୮ଟି ମ୍ୟାଚ ଖେଳାଯାଇଛି । ଏଥିରୁ କେକେଆର ୧୫ଟି ଜିତିଥିବା ବେଳେ ଆରସିବି ୧୩ଟିରେ ବିଜୟୀ ହୋଇଛି ।
ଆରସିବି ଶେଷ ଲଗ ମ୍ୟାଚରେ ଶେଷ ବଲରେ ଦିଲ୍ଲୀ କ୍ୟାପିଟାଲସ ଠାରୁ ଶେଷ ବଲରେ ମ୍ୟାଚ୍ ଛଡାଇ ଆଣି ବିଜୟୀ ହୋଇଥିଲା । ସେଥିପାଇଁ ଦଳ ଅଧିକ ମନୋବଳରେ ରହିଛି ।

related posts

Leave a Comment