Home Breaking News / ତାଜା ଖବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କନ୍ଧମାଳ ଜିଲ୍ଲା ବିଜେଡି ନେତା

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କନ୍ଧମାଳ ଜିଲ୍ଲା ବିଜେଡି ନେତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -11/10(ସୁନୀଲ ପଟନାୟକ): କନ୍ଧମାଳ ଜିଲା ବିଜେଡିନେତା ମାନେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି l
ଆଜି ଜିଲା ବିଜେ ଡ଼ି ସଭାପତି ସରୋଜ କର୍ଣ୍ଣ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ
କନ୍ଧମାଳ ଜିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛ ଟି ବ୍ଲକ ର 49 ଟି ଗ୍ରାମ ପଂଚାୟତର 637 ଟି ଗ୍ରାମକୁ ମେଗା ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ 4ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ କ୍ୟାବିନେଟ ରେ ପାସ କରିଛନ୍ତି। ଯାହାକୁ ନେଇ କନ୍ଧମାଳ ଜିଲା ବିଜେଡି ପକ୍ଷରୁ ଜିଲା ସଭାପତି ସରୋଜ କର୍ଣ ସମେତ ଜିଲାର ତିନି ଜଣ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଆସନ୍ତା ଚାରି ମାସ ମଧ୍ୟରେ ଶେଷ କରି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ପ୍ରେସ ବିବୃତିରେ ଜିଲା ସଭାପତି ଶ୍ରୀ କର୍ଣ କହିଛନ୍ତି। ଅନ୍ୟମାନ ଙ୍କ ମଧ୍ୟରେ ବିଧାୟକମାନଙ୍କ ସମେତ ଫୁଲବାଣୀ,ଖଜୁରିପଡା,ଟିକାବାଲି,ଚକାପାଦ, କ,ନୂଆଗବ ଓ ଫିରିଙ୍ଗିଆ ର ବ୍ଲକ ଅଧକ୍ଷମାନେ ମଧ୍ୟ ଉପସ୍ଥିତ ଥିଲେ।

related posts

Leave a Comment