Home Breaking News / ତାଜା ଖବର ପିସି ନାମକ ସରକାରୀ ଅଧିକାରୀ ଆଦାୟ ଯୋଗୁଁ ସ୍ୱଚ୍ଛତା ଓ ବିକାଶର ବଡ଼ ବାଧକ

ପିସି ନାମକ ସରକାରୀ ଅଧିକାରୀ ଆଦାୟ ଯୋଗୁଁ ସ୍ୱଚ୍ଛତା ଓ ବିକାଶର ବଡ଼ ବାଧକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୦/୧୦–(ଧନେଶ୍ବର ରାଉତ)-ଓଡିଶା ରେ ବିକାଶ ପାଇଁ ବାଧକ ସାଜିଛି ପି ସି ନାମକ ବିଷ ମଞ୍ଜି। ଏହାର ଚେର ଏପରି ଲମ୍ବିଛି ଯେ ଭୁ ପୃଷ୍ଠ ଠାରୁ ପତାଳକୁ ପହଂଚିଛି। ପ୍ରାୟ ସବୁ ସରକାରୀ ଅଫିସର ଏହି ଅବୈଧ ଅଦାୟରେ ଲିପ୍ତ ଅଟନ୍ତି। ପ୍ରତ୍ୟେକ ନିର୍ମାଣ କାମରେ ପ୍ରଥମରୁ କେତେ ପ୍ରତିଶତ କାହାକୁ ଦିଆଯିବ ତାହା ନିର୍ଦ୍ଧାରଣ କଲାପରେ କାମ ଆଗଉଛି ନଚେତ ସେକାମ ନ ହୋଇ ଯନ୍ତ୍ରୀ ଓ ଅଧିକାରୀ ମାନେ ବିଲ ନକରି ବିଭିନ ଆଳ ଦେଖାଇ ଉଦ୍ୟେସ ମୂଳକ ଭାବେ ହଇରାଣ କରୁଥିବା କିଛି ଠିକାଦାର କହୁଛନ୍ତି।ସେମାନେ କହିଛନ୍ତି କି ଶତକଡ଼ା ପଚାଶ ଭାଗ ଅଧିକାରୀ ମାନଙ୍କ ପକେଟକୁ ଦେବାକୁ ପଡୁଛି ତେଣୁ କାମରେ ସ୍ୱଚ୍ଛତା ରହୁନାହିଁ।ତେଣୁ କାମର ମାନ ଅତିନିମ୍ନ ହେବାସହ ଅଧିକ ଦିନ ଚାଳିବାରେ ସକ୍ଷମ ହେଉନାହିଁ। ଜଣେ ସ୍ୱଚ୍ଛତା ଦେଖାଇ କାମ କଲେ ତାକୁ ବିଭାଗୀୟ ଅଧିକାରୀଙ୍କ ରୋଷର ସିକର ହେବାକୁ ପଡିଛି।କେତେକ ଜାଗାରେ କାମ ନ ହେଉନୁ ଠିକାଦାର ଅଧିକାରୀ ମିଶି ଫଲସ ବିଲ କରି ମୁନାଫା କମାଉଥିବା ଜଣା ପଡ଼ିଛି। ଏହି ସବୁ ସରକାରୀ କଳ ଜାଣିଶୁଣି ଚୁପ ରହୁଛି ଓ ଦୁର୍ନୀତି ଖୋରଙ୍କୁ ସପାର୍ଟ କରୁଛି ବୋଲି ଲୋକଙ୍କ ମନରେ ଅବିଶ୍ୱାସ ଭରିଦେଇଛି। ଏପରିକି ଜିଲାର କାଶୀପୁର ବ୍ଲକ ଗୋଡିବାଲି ମଣ୍ଡିବିଶି ପଂଚାୟତ କଲ୍ୟାଣସିଙ୍ଘସପୁର ବ୍ଲକ ର ଅନେକ ଜାଗାରେ ଖାଲି ଠିକାଦାରଙ୍କୁ ଲାଭ ପହଞ୍ଚାଇବା ପାଇଁ ଚେକ ଡ୍ୟାମ, ସି ସି ରାସ୍ତା, ପାଚେରୀ, ଅଫିସ ଘର ଭଳି ଅନେକ ଦୁର୍ନୀତି ରହିଛି। କାଶୀପୁର ର କେତେକ ପଞ୍ଚାୟତକୁ ଏକ ରାଜ୍ୟ ଦୁର୍ନୀତି ନିବାରଣ ପ୍ରତିନିଧି ଦଳ ଆସି ଅନୁଧ୍ୟାନ କରିଛନ୍ତି। ମଣ୍ଡି ବିଶି ମହା ବନ୍ଧ ମହା ଦୁର୍ନୀତି ସମ୍ପର୍କରେ ଅଂଚଳର ଅଧିବାସୀ ଅନେକ ବାର ଜିଲ୍ଲାପାଳ ବିଡ଼ିଓ ତହସିଲଦାରଙ୍କୁ ଜଣାଇଥିଲେବି ଏହାର ତଦନ୍ତ କରା ନଯିବା ର କାରଣ କଣ ସମସ୍ତେ ଏହି ଦୁର୍ନୀତିରେ ଲିପ୍ତ ଅଟନ୍ତି ତେଣୁ ଏହାର ସତ୍ୟ ଏପର୍ଯ୍ୟନ୍ତ ସର୍ବ ସମୁଖକୁ ଆସୁନାହିଁ ବୋଲି ଅଂଚଳ ବାସୀ ଅଭିଯୋଗ କରିଛନ୍ତି। ” ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ” ଅଟେ। ତେଣୁ ଏହି ଦୁର୍ନୀତି କୁ ନ ରୋକା ଗଲେ ସରକାରଙ୍କ ରାଜ କୋଷରୁ ଏଭଳି ଲୁଟ ଚାଲିବ ସାଧରଣ ଜନତା ଜଳକା ହେଇ ଚାହିଁ ରହିବେ। ଉଦାହରଣ ସ୍ୱରୂପ ଏକ ବିଷୟ ଉଲେଖ କରିବାକୁ ଚାହୁଁଛି ଯଦି ଏକ ଅଫିସ ଘର ନିର୍ମାଣ ହେବ ତାର ଅବଧୀ ଶହେ ବର୍ଷ ବୋଲି ସରକାର ନିର୍ଧାରିତ କରିଥିବା ବେଳେ ଦୁଇ ବର୍ଷ ନ ପୁରୁଣୁ ଛାତରୁ ପାଣି ଗଲୁଚି ତାର ମରାମତି ନାଁରେ ପୁଣି ତୃତୀୟ ବର୍ଷ ପୁଣି ଅର୍ଥ ବରାଦ କରା ଯାଉଛିତାହା କଣ ସରକାରୀ ଅଜାଣତରେ ହେଉଛିକି ସବୁ ଜାଣିଶୁଣି ତୁ ମୁତୁରୀ କୁ ମୁ ମୁତୁରା ନ୍ୟାୟରେ ସବୁ ଚାଲିଛି।

related posts

Leave a Comment