Home Breaking News / ତାଜା ଖବର ଗୁଡାରି ପୋଲିସ ଦ୍ୱାରା ଏକ ଅନ୍ତରାଜ୍ୟ ଅପରାଧୀ ଗିରଫ

ଗୁଡାରି ପୋଲିସ ଦ୍ୱାରା ଏକ ଅନ୍ତରାଜ୍ୟ ଅପରାଧୀ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୦/୧୦-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ଗୁଡାରି ପୋଲିସ ଦ୍ୱାରା ଏକ ଅନ୍ତରାଜ୍ୟ କୁଖ୍ୟାତ ଅପରାଧୀ ଫିରଫ କରାଯାଇଛି। ପୋଲିସ ଦ୍ୱାରା ପ୍ରଦତ୍ତ ସୂଚନା ଅନୁସାରେ ସିସି ଟିଭି ଫୁଟେଜ କୁ ଦେଖି ତଦନ୍ତ କରିବା ସମୟରେ ଏହି ଅପରାଧୀ ଧାରା ପଡିଛି। ସେହି ଅପରାଧୀ ନାମରେ ଗୁଡାରି, ଗୁଣୁପୁର, ପଦ୍ମପୁର, ଆଡ଼ବା,ବତୀଲି ମୁକୁନ୍ଦପୁର ଥାନାରେ ଗମ୍ଭୀର ମାମଲା ରହିଛି ସେ ଅନେକ ସଙ୍ଗିନୀ ଅପରାଧ ରେ ଲିପ୍ତ ରହିଥିବା ଜଣା ପଡ଼ିଛି। ସେଜଣେ ପେଷାଦାର ଅପରାଧୀ ଅଟେ ବୁଲି ବୁଲି ଅପରାଧ ମାନ କରୁଥିବା ପଚରା ଉଚରା ବେଳେ ସ୍ୱୀକାର କରିଥିବା ପୋଲିସ କହିଛି। ଗିରଫ ସମୟରେ ନଗଦ ୧୬୦୦୦ ଟଙ୍କା, ୬ ଗୋଟି ମୋବାଇଲ ଫୋନ, ଦୁଇଟି ମଟର ସାଇକେଲ,ତାଲା କାଟିବା କଟର ମେସିନ ଓ ଏକ ଲାପଟପ ଜବତ କରାଯାଇଛି। ସେ କଣ କଣ ଅପରାଧ କରିଛି ତାହା ତଦନ୍ତ ପରେ ସାମନାକୁ ଆସିବ ବୋଲି କହିଛି। ଗୁଡରି ଥାନା କେସ ନମ୍ବର ୭୨/୦୭-୧୦ – ୪୫୭/୩୮୦ ପିଙ୍ଗଲ କୋଡ଼ର ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ଗିରଫଦାରୀ କୁ ନେଇ ଜନ ସାଧାରଣ ପୋଲିସ ଉପରେ ଖୁସି ଜାହିର କରିବା ସହ ଏହା ଏକ ବଡ଼ ସଫଳତା ବୋଲି କହିଛନ୍ତି।

related posts

Leave a Comment