Home Breaking News / ତାଜା ଖବର ଅପହୃତ ନାବାଳିକା ଉଦ୍ଧାର, ରସିକିଆ ଟିଉସନ ମାଷ୍ଟର ଥାନାରେ ଅଟକ

ଅପହୃତ ନାବାଳିକା ଉଦ୍ଧାର, ରସିକିଆ ଟିଉସନ ମାଷ୍ଟର ଥାନାରେ ଅଟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 9/10(ସୁନୀଲ ପଟନାୟକ ): ଅପହୃତ ନାବାଳିକା ଙ୍କୁ ଉଦ୍ଧାର କରିବା ସହ ରସିକିଆ ଟ୍ୟୁସନ ମାଷ୍ଟର କୁ ମଧ୍ୟ ଅଟକ ରଖିଛି ଦାରିଙ୍ଗବାଡି ପୋଲିସ!
ଗତ 18 ତାରିଖ ଦିନ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ଗାଁର ସରିଫ ଡିଗାଲ ନାମକ ଜଣେ ଟିଉସନ ମାଷ୍ଟର ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲ ରେ ଫସାଇ ଅପହରଣ କରିନେଇଥିବା ନେଇ ଦାରିଙ୍ଗବାଡି ଥାନାରେ ରେ ଅଭିଯୋଗ ହୋଇଥିଲା ଓ ଏନେଇ ଦାରିଙ୍ଗବାଡି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ ଦାରିଙ୍ଗବାଡି ଥାନା ପୋଲିସ କେସ ନମ୍ବର 157/2021ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା ଏବଂ ବିଭିନ୍ନ ଅଞ୍ଚଳ ରେ ଖୋଜାଖୋଜି କରୁଥିଲା ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ ରେ ଏସ ଆଇ ସୌମ୍ୟରଞ୍ଜନ ପଣ୍ଡା ରୀତିମତ ମୋବାଇଲ ଟ୍ରାକିଙ୍ଗ କରୁଥିଲେ ଅଭିଯୁକ୍ତ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ମୋବାଇଲ ଫୋନ ବ୍ୟବହାର କରୁନଥିବାରୁ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଥିଲା l
ତଥାପି ପୋଲିସ ନାବାଳିକାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାପାଇଁ ବିଭିନ୍ନ ଦିଗଉପରେ ତଦନ୍ତ କରିଥିଲା ନାବାଳିକା ଅପହରଣରେ ସହଯୋଗ କରିଥିବା ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା କୋରାପୁଟ ଜ଼ିଲ୍ଲା ଦlମନଯୋଡି ଅଞ୍ଚଳରେ ଅଭିଯୁକ୍ତ ରସିକିଆ ଟିଉସନ ମାଷ୍ଟର ସରାଫ ଡିଗାଲ ଏକ ନିଜ ସମ୍ପର୍କୀୟ ଙ୍କ ସହାୟତା ରେ ଏକ ଭଡା ଘରେ ରଖିଥିବା ନେଇ ପୋଲିସ ଖବର ପାଇ ଗୁରୁବାର ମଧ୍ୟ ରାତ୍ରୀ ରେ ନାବାଳିକା ଙ୍କୁ ଉଦ୍ଧାର କରି ସି ଡବ୍ଲୁ ସି କୁ ପଠାଇଛି ଏବଂ ଅଭିଯୁକ୍ତ ରସିକିଆ ଟିଉସନ ମାଷ୍ଟର କୁ ଅଟକ ରଖି ପଚରା ଉଚରା କରୁଛି l ବିଳମ୍ବରେ ହେଲେ ମଧ୍ୟ ପରିବାର ଲୋକେ ନ୍ୟାୟ ପାଇ ଥିବାରୁ ମିଳିତ ନାଗରିକ କମିଟି ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପକୁମାର ଜେନା ଓ ବରିଷ୍ଠ ଭା ଜ ପା ନେତା କମଳାକାନ୍ତ ପାଣ୍ଡେ ସାଧୁବାଦ ଜଣାଇଛନ୍ତି l ଥାନା ଅଧିକାରୀ କୌଶିକ ମାଝୀ ଓ ଏସ ଆଇ ସୋମ୍ୟରଞ୍ଜନ ପଣ୍ଡା ଦାରିଙ୍ଗବାଡି ଅଂଚଳରେ ଘଟୁଥିବା ଅପରାଧ ନିୟନ୍ତ୍ରଣ ନାବାଳିକା ଅପହରଣ ଘଟଣାରେ ଉଦ୍ଧାର କରିବାରେ ସଫଳହେଉ ଥିବା ନଜିର ରହିଛି l ଦାରିଙ୍ଗବାଡି ପୋଲିସରନିଷ୍ଠା ପର ଉଦ୍ୟମ ଓ କାର୍ଯ୍ୟଦକ୍ଷତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି

related posts

Leave a Comment